ଖୋର୍ଦ୍ଧା(ସଂଘର୍ଷ ମିଡିଆ) : ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ନିର୍ଦ୍ଦେଶ କ୍ରମେ ଦୀର୍ଘ ୨୦ ବର୍ଷ ପରେ ଭୁବନେଶ୍ୱର ସାଂସଦ ଅପେରାଜିତା ଷଡଙ୍ଗୀଙ୍କୁ ଇଣ୍ଟର ପାର୍ଲିଆମେଣ୍ଟରି ଇଉନିଅନର ସଦସ୍ୟ ପଦ ମିଳିଥିବା ଜଣାପଡିଛି । ସାରା ଭାରତରେ ଏକ ମାତ୍ର ବ୍ୟକ୍ତି ଅପେରାଜିତା ଷଡଙ୍ଗୀ ଯିଏ କି ଏହି ପଦ ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି । ମାନ୍ୟବର ସାଂସଦ ଦିଲ୍ଲୀରୁ ଫେରି ଭୁବନେଶ୍ୱର ଏୟାରପୋର୍ଟ ଠାରୁ ପଲସପଲି ପର୍ଯ୍ୟନ୍ତ ହଜାର ହଜାର କର୍ମୀମାନଙ୍କ ସହିତ ପଦଯାତ୍ରାରେ ଯାଇଥିଲେ। ସେଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ଏବଂ ଲୋକମାନଙ୍କୁ ଇଣ୍ଟର ପାର୍ଲାମେଂଟାରୀ ଇଉନିଅନ ସଦସ୍ୟ ପଦ ବିଷୟରେ ନିଜର ଅଭିଭାଷଣ ରଖିଥିଲେ । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।