ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜଧାନୀ ଭୁବନେଶ୍ଵରର ରାଜମହଲ ଛକରୁ ଏଜି ଛକ ମଧ୍ୟରେ ରାସ୍ତା କଡରେ ବସୁଥିବା ଫଳ ଦୋକାନ ଆଉ ରାସ୍ତା ଉପରେ କିମ୍ବା ହାଟରେ ବସିବେନି । ଫଳ ବ୍ୟବସାୟୀମାନେ ପରିବା ବ୍ୟବସାୟୀଙ୍କ ଭଳି ୟୁନିଟ-୧ ବାଳକ ଉଚ୍ଚବିଦ୍ୟାଳୟର ଖେଳ ପଡିଆରେ ବସିବେ । ସେଠାରେ ସକାଳ ୭ ଟାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ବ୍ୟବସାୟ କରିବେ ବୋଲି ବିଏମସି ପକ୍ଷରୁ ଘଷୋଣା କରାଯାଇଛି ।