ଭୁଜାଲି ଦେଖାଇ ଲୁଟ, ଥାନାରେ ମାମଲା

9

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୁଣି କେନାଲ ରୋଡ଼ର ସାହାଜବାହାଲ ଛକ ଠାରେ ଭୁଜାଲି ଦେଖାଇ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ । ବ୍ୟକ୍ତି ଜଣକ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ତାଲପଦର ଗ୍ରାମର ଯୋଗେଶ୍ୱର କର୍ମୀ ।ଯୋଗେଶ୍ୱର ଆଜି ନିଜ ମାମୁଁ ଝିଅ ବାହାଘର କୁ ବିନିକା ଥାନା ବାଞ୍ଜିପାଲିକୁ ଆସିଥିଲେ । ବାହାଘର କାମସାରି ନିଜ ଘରକୁ ଫେରୁଥିବା ବେଳେ ସାହାଜବାହାଲ ଛକ ନିକଟରେ କେହି ଦୁର୍ବୁତ୍ତ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲା । ଫଳରେ ଯୋଗେଶ୍ୱରଙ୍କ ହାତରେ ଆଘାତ ଲାଗିବା ଫଳରେ ସେ ତଳେ ପଡି ଯାଇଥିଲେ । ଦୁର୍ବୁତ୍ତ ଜଣକ ଯୋଗେଶ୍ୱର ପଡିଯାଇଥିବା ଦେଖି ତାଙ୍କ ପକେଟରୁ 1300ଟଙ୍କା ନେଇ ଛୁ ମାରିଥିଲା । କିଛି ସ୍ଥାନୀୟ ଲୋକ ଯୋଗେଶ୍ୱରଙ୍କୁ ପଡ଼ିଥିବା ଦେଖି ଉଦ୍ଧାର କରିବା ସହିତ ମହାଦେବ ପାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବା ସହ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ, ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More