ଭୀମେଶ୍ୱର ସମନ୍ଵୟ ପରିଷଦ ତରଫରୁ ଭୀମେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

9

Get real time updates directly on you device, subscribe now.

କଟ(ସନହର୍ଷ ମିଡିଆ ) : କଟକ ସଦର ୪୨ ମୌଜା ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତର ଶ୍ରୀରାମ ଗ୍ରାମରେ ଭୀମେଶ୍ୱର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୫ ଦିନ ବ୍ୟାପୀ ଅନୁଷ୍ଠିତ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପାଲା , ସଙ୍କୀର୍ତ୍ତନ , ପ୍ରବଚନ ଆଦି ସାଂଶୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗୋପୀନାଥ ଭୀମେଶ୍ୱର ସମନ୍ଵୟ ପରିଷଦ ତରଫରୁ ଆୟୋଜିତ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ୧୦୮ ମହିଳାଙ୍କ ଦ୍ବାରା କଳସ ଶୋଭାଯାତ୍ରା କରାଯାଇଥିବା ବେଳେ ୫ ଦିନ ବ୍ୟାପୀ ମହାଯଜ୍ଞ ଅନୁଷ୍ଠିତ ହୋଇ ଗତକାଲି ସନ୍ଧ୍ୟାରେ ପୂର୍ଣ୍ଣାହୁତି ହେବା ସହ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ଗାଁ ମୂରବୀ ଗୋପାଳ ଚନ୍ଦ୍ର ପଣ୍ଡା , ଅଧିକାରୀ ନିରଞ୍ଜନ ପଣ୍ଡା , ମହନ୍ତ ଦିଲ୍ଲୀପ ଦୀକ୍ଷିତ , ସଞ୍ଜୀବ ପଣ୍ଡା , ଦୁଷ୍ମନ୍ତ ପଣ୍ଡା , ଆଇନଜୀବୀ କେଶବ ଚନ୍ଦ୍ର କର , ସମବାୟବିତ୍ ମହେନ୍ଦ୍ର ନାୟକ , ରାଜକିଶୋର ନାୟକ , ଦିପୁ ପଣ୍ଡା , ସୁକାନ୍ତ କର , ମନୋଜ ଦୀକ୍ଷିତ , ସୂର୍ଯ୍ୟମଣି ପଣ୍ଡା , ସୁକାନ୍ତ କର ପ୍ରମୁଖଙ୍କ ସହିତ ଶ୍ରୀରାମ ଓ କେଉଁଡି ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More