ଭିନ୍ନ ଭିନ୍ନ ଘଟଣାରେ ୨ଅଭିଯୁକ୍ତ ଗିରଫ

12

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) : – ଆଜି ପଟ୍ଟାମୁଣ୍ଡାଇ ପରିବାର ମାର୍କେଟରୁ ମୋବାଇଲ ଚୋରକୁ ଗିରଫ କରିଥିବା ବେଳେ ୩୬ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ। ଅନେକ ସମୟରେ ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ହଜାର ହଜାର ମୋବାଇଲ ଫୋନ ଚୋରି ହେଉଥିବା ବେଳେ ପଟ୍ଟାମୁଣ୍ଡାଇ ପରିବା ମାର୍କେଟକୁ ଭୟଭୀତରେ ଆସୁଛନ୍ତି ଲୋକେ। ଆଜି ତା 22-09-2022 ରିଖ ଗୁରୁବାର ମଧ୍ୟାହ୍ନ ସମୟରେ ପଟ୍ଟାମୁଣ୍ଡାଇ ବାଇପାସ୍ ପରିବା ମାର୍କେଟରୁ ମୋବାଇଲ ଚୋରି କରି ଖସି ପଳାଇ ଯାଉଥିବା ଯୁବକକୁ ଧରି ଉତ୍ତମମଧ୍ୟମ ଦେବା ସହିତ ପୋଲିସର ଜିମା ଦେଇଥିଲେ। ମୋବଇଲ ଚୋରି କରୁଥିବା ଯୁବକ ଜଣକ ମୂଳୁବସନ୍ତ ଗାଁର ଟୁନା ଦାସ ବୋଲି ଜଣାପଡିଛି। ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ପହଂଚି ଟୁନାର ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଇ ଥାନାକୁ ନେଇଥିବା ଜଣାପଡିଛି। ବାରମ୍ବାର ମୋବାଇଲ ଚୋରଙ୍କ ଉପଦ୍ରବ ଯୋଗୁଁ ଲୋକମାନେ ପନିପରିବା କିଣିବାକୁ ପରିବା ପାଇଁ ମାର୍କେଟକୁ ଯିବାକୁ ଭୟ କରୁଛନ୍ତି। ଅନ୍ୟପଟେ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ 3 ଲକ୍ଷ 60 ହଜାର ଟଙ୍କାର 36 ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରିଛି । ଅଭିଯୁକ୍ତ ହେଉଛନ୍ତି ମାଟିଆ ଗାଁର କୁନା ମଲିକ, ବ୍ରାଉନସୁଗାର ସହ କୁନାଙ୍କ ପାଖରୁ ନଗଦ 12 ହଜାର ଟଙ୍କା ମଧ୍ୟ ଜବତ କରିଛି ଅବକାରୀ ବିଭାଗ l ଆଗକୁ ପାର୍ବଣର ପର୍ବ ଆସୁଥିବାରୁ ଚୋର ଓ ଚୋରା ଅବକାରୀ ବେପାରୀମାନେ ସକ୍ରିୟ ହେଉ ଥିବାର ଅନୁମାନ କରାଯାଉଛି। ଆସୁଥିବା ଦୁର୍ଗାପୂଜା ପାଇଁ ପ୍ରଶାସନ ସଜାଗ ରହିବା ସହିତ ଆଇନ୍ ଶୃଙ୍ଖଳା ମଧ୍ୟ କଡ଼ାକଡ଼ି କରାଯିବ ବୋଲି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ଅଧିକାରୀ ତପନ କୁମାର ରାଉତ କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More