ଭିନ୍ନକ୍ଷମ ଶିଶୁ କଲ୍ୟାଣ ପାଣ୍ଠିକୁ ୨୦ ହଜାର ଟଙ୍କା ସହାୟତା କଲେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା

17

Get real time updates directly on you device, subscribe now.

ସୁବର୍ଣ୍ଣପୁର(ସଂଘର୍ଷ ମିଡିଆ) :- ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସରେ ସୁବର୍ଣ୍ଣପୁର ଜ଼ିଲ୍ଲାର ଭିନ୍ନକ୍ଷମ ଶିଶୁଙ୍କ କଲ୍ୟାଣ ପାଣ୍ଠିକୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କଲେ ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା l ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀଙ୍କ ଜରିଆରେ ଏବଂ ଜ଼ିଲ୍ଲାପାଳ ଅବୋଲି ସୁନୀଲ ନର୍ଭଣେ ଙ୍କ ଉପସ୍ଥିତି ରେ ଏହି ସହାୟତା ରାଶି ଶ୍ରୀ ପଣ୍ଡା ପ୍ରଦାନ କରିଥିବା ସୂଚନା ମିଳିଛି l ଏସପିଙ୍କ ଏଭଳି ମହତ କାର୍ଯ୍ୟ ଓ ଉଦାରତା ପାଇଁ ସହର ତଥା ଜ଼ିଲ୍ଲାବାସୀ ଭୁୟସୀ ପ୍ରଶଂସା କରିଛନ୍ତି l ପ୍ରକାଶ ଥାଉ କି ଯେ ସିପି ରେ ପୀଡିତ ଥିବା ଜ଼ିଲ୍ଲାର ସମସ୍ତ ଶିଶୁଙ୍କ ଯତ୍ନ ଓ ରକ୍ଷଣା ବେକ୍ଷଣ ପାଇଁ ବିଗତ ମାସ ରେ ମଧ୍ୟ ଏସପି ଶ୍ରୀ ପଣ୍ଡା ଜ଼ିଲ୍ଲାପାଳ ଶ୍ରୀମତୀ ନର୍ଭଣେ ଙ୍କ ଜରିଆରେ ୧୦ ହଜାର ଟଙ୍କା ରେଡକ୍ରସ ପାଣ୍ଠି କୁ ସହାୟତା ପ୍ରଦାନ କରିଥିବା ସୂଚନା ମିଳିଛି l ସୁବର୍ଣ୍ଣପୁରରୁ ରାଜ କିଶୋର ତ୍ରିପାଠୀଙ୍କ ରିପୋର୍ଟ ସଂଘର୍ଷ ନିଉଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More