ଭିନ୍ନକ୍ଷମ ଶରତ ଦାସଙ୍କୁ ମିଳିଲା ଟ୍ରାଇ ସାଇକେଲ

114

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ) : – ଜଗତସିଂହପୁର ବ୍ଲକ ପ୍ରଶାସନ ପକ୍ଷରୁ ଶରତ ଦାଶଙ୍କୁ ଟ୍ରାଇ ସାଇକେଲ ପ୍ରଦାନ । ଶରତ ଦୀର୍ଘ ବର୍ଷ ହେବ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଘରେ ଅଚଳ ହୋଇ ପଡୁଥିଲେ । ଦୁଇ ଗୋଡ଼ ଠିକ୍ ଭାବରେ କାମ କରୁନଥିଲା । ଚଳ ପ୍ରଚଳ କରିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ । କିଛିଦିନ ତଳେ ଖବର ପାଇ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶୀର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ଶରତଙ୍କ ଘରେ ପହଞ୍ଚି ତାଙ୍କର ସମସ୍ତ ସମସ୍ୟା ବୁଝି ଏବଂ ପ୍ରମାଣ ପତ୍ର ସହିତ ଜିଲ୍ଲା ପ୍ରଶାସନ ନିକଟରେ ଏକ ଟ୍ରାଇ ସାଇକେଲ ଯୋଗାଇ ଦେବା ପାଇଁ ଦାବି କରିଥିଲେ। ଆଜି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନିଲ୍ କୁମାର ନାୟକଙ୍କ ପରାମର୍ଶ କ୍ରମେ ଜଗତସିଂହପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପରେଖା ସାହୁ , ବ୍ଲକ ଉପ ସଭାପତି ରତି ରଞ୍ଜନ ବେହେରା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅଜୟ ବେହେରାଙ୍କ ଉପସ୍ଥିତିରେ ଶରତଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା। ଟ୍ରାଇ ସାଇକେଲ ପ୍ରଦାନ କରାଯିବା ସମୟରେ ଉପସ୍ଥିତ ରହିଥିଲେ ଆଶୀର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରାଙ୍କ ସମେତ ବିଶ୍ଵ ରଞ୍ଜନ ଦାଶ, ଦେବାଶିଷ ମାଣିଆ, ସନ୍ତୋଷ କରଣ, ପ୍ରମୁଖ। ଜଗତସିଂହପୁରରୁ ପ୍ରଫୁଲ୍ଲ କୁମାର ସାହୁଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More