ଭିନ୍ନକ୍ଷମ ରୁକ୍ମଣୀ ଖରାଙ୍କୁ ଭତ୍ତା ପ୍ରଦାନ

9

Get real time updates directly on you device, subscribe now.

ମାଲକାନଗିରି(ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଚେଡେଙ୍ଗା ଗ୍ରାମପଞ୍ଚାୟତ ରୁକୁମୁଣୀ ଖରା, ଏହି ମହିଳା ଏକ ଭିନ୍ନକ୍ଷମ ମହିଳା, ଆଜି ଯାଏଁ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଥିଲେ l ଗ୍ରାମ ପଞ୍ଚାୟତ ବାରମ୍ବାର କଲା ପରେ ମଧ୍ୟ ପାଉ ନଥିଲେ l ଏହି ଖବର ପାଇ ମାଥିଲି ବ୍ଲକ ସଭାପତି ସନ୍ତୁ କୁମାର ବିଶ୍ୱାସ ମାଥିଲି BDO ହୃଷିକେଶ ଗଣ୍ଡଙ୍କ ସହ ଆଲୋଚନା କରିଥିଲେ , ମାଥିଲି BDO ତୁରନ୍ତ ତାଙ୍କର online account ତଦାରଖ କରି ଦେଖିଲେ ଯେ ତାଙ୍କ ଖାତାରେ ପ୍ରତି ମାସ 700/- ଟଙ୍କା ଲେଖାଏଁ ଚଢିଛି l ଯେହେତୁ ସେ ଜଣେ ଭିନ୍ନକ୍ଷମ ମହିଳା ବ୍ୟାଙ୍କ ଯାଇ ପାରୁ ନ ଥିଲେ ତେଣୁ BDO ବ୍ୟାଙ୍କରୁ ଟଙ୍କା ଉଠାଇ ତାଙ୍କର ଭତ୍ତା ଟଙ୍କା ଯୋଗାଇ ଦେଇଛନ୍ତି l ଆମ ଆଦମୀ ପାର୍ଟି ସଭାପତି ସନ୍ତୁ ଭାଇ BDO ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏଥି ମାଥିଲି ଅଂଚଳରେ ଏଭଳି ପ୍ରତ୍ୟେକ ସେବା କାର୍ଯ୍ୟ କିମ୍ବା କୌଣସି ଅସୁବିଧା ହେଲେ ଯୋଗାଯୋଗ କରିବାକୁ କହିଛନ୍ତି l ରୁକ୍ମଣୀ ଓ ଗ୍ରାମବାସୀ ବି. ଡି. ଓ. ହୃଷିକେଶ ଗଣ୍ଡଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More