ଭିଡିଓ ବାର୍ତା ମଧ୍ୟମରେ କୋଭିଡକୁ ନେଇ ଜିଲ୍ଲା ବାସୀଙ୍କୁ ସଚେତନ କଲେ ଜିଲ୍ଲାପାଳ ବଲବନ୍ତ ସିଂ

11

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଜିଲ୍ଲାରେ ଗତ ୨୪ ଘଂଟା ରେ ୨୦୩ ଟି ନୂଆ କୋଭିଡ ପଜେଟିଭ କେସ ଆସିଚି। ଏହା ସହ ପୁରୀ ଜିଲ୍ଲାରେ କୋଭିଡ ପଜେଟିଭ ସଂଖା ୯ ହଜାର ଅତିକ୍ରମ କରି ଯାଇଛି । ମୋଟ କୋଭିଡ ପଜେଟିଭ ସଂଖା ୯୦୭୪ରେ ପହଂଚି ଥିବା ବେଳେ ମୋଟ ମୃତ୍ୟୁ ସଂଖା ୪୦ ରେ ପହଁଚିଛି। ତେବେ ପୂରୀ ଜିଲ୍ଲାରେ କୋଭିଡ ହୁ ହୁ ହୋଇ ବଢି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନର ଚିନ୍ତା ବଢି ଯାଇଛି । କୋଭିଡକୁ ନେଇ ଜିଲ୍ଲା ବାସୀଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳ ବଲବନ୍ତ ସିଂ ଭିଡିଓ ମେସେଜ ଦେଇଛନ୍ତି | ଜିଲ୍ଲାବାସୀଙ୍କୁ ଭୟଭୀତ ନହେବା ପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି | ପ୍ରତ୍ୟେକ ଦିନ ଯେତିକି ମାତ୍ରାରେ ପଜେଟିଭ ବାହାରୁଛନ୍ତି ସେଥି ମଧ୍ୟରୁ ୮୦ ପ୍ରତିଶତ ଲୋକ ସୁସ୍ଥ ହୋଇ ଘରକୁ ଫେରୁଥିବା ମତ ରଖିଛନ୍ତି ଜିଲ୍ଲାପାଳ | ହୋମ କ୍ଵାରେନ ଟାଇନ ରେ ରହୁଥିବା ବ୍ୟକ୍ତି ମାନେ ୧୭ ଦିନ ସଙ୍ଗରୋଧରେ ରହିବାକୁ ସେ ନିବେଦନ କରିଛନ୍ତି | ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ ମଧ୍ୟ ଚେତାବନୀ ଦେଇଛନ୍ତି| ଯଦି ହୋମ କ୍ଵାରେନଟାଇନ ରେ ରହିଥିବା ବ୍ୟକ୍ତିର କୌଣସି ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଯାଏ କି ନିଶ୍ୱାସ ପ୍ରଶ୍ୱାସ ରେ ବାଧା ଉପୁଜେ ତେବେ ସଙ୍ଗେ ସଙ୍ଗେ ମେଡିକାଲ ନେବାକୁ ବ୍ୟବସ୍ଥା କରାଯିବ | ଜିଲ୍ଲାର ସବୁ ହସ୍ପିଟାଲରେ ପର୍ଯ୍ୟାପ୍ତ ମାତ୍ରାରେ ଅକ୍ସିଜେନ ଓ ଭେଣ୍ଟି ଲେଟର ମହଜୁଦ ଅଛି | ଗତକାଲି ଠାରୁ ଜିଲ୍ଲାରେ ଏକ ସ୍ୱତନ୍ତ୍ର ଲ୍ୟାବରେ ଟେଷ୍ଟିଙ୍ଗ କାର୍ଯ୍ୟ ଆରମ୍ଭ ହୋଇଛି | ଏଥିସହ ଜିଲ୍ଲାରେ ପ୍ରତ୍ୟେକ ଦିନ ୧୨୦୦ ରୁ ଉର୍ଦ୍ଧ ଟେଷ୍ଟ କରାଯାଉଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ | ତେବେ କୋଭିଡ ଗାଇଡ଼ ମାନି ମାସ୍କ ପିନ୍ଧିବା , ହାତ ସାନିଟାଇଜ କରିବା , ସାମାଜିକ ଦୂରତ୍ୱ ରଖିବା ନେଇ ଜିଲାପାଳ ଲୋକଙ୍କୁ ଅନୁରୋଧ କରିଛନ୍ତି। ଏହା ଦ୍ୱାରା କୋଭିଡରୁ ରକ୍ଷା ପାଇ ହେବ ବୋଲି ଜିଲ୍ଲାପାଳ ବଲବନ୍ତ ସିଂ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More