ଭିଡିଓ କନ୍ଫରେନ୍ସ ମାଧ୍ୟମରେ 5T ସ୍କୁଲ ଶୁଭ ଉଦ୍ଘାଟନ

9

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ଖଲର୍ଦ୍ଧା ପଞ୍ଚାୟତ ଜୟନ୍ତୀ ଦେବୀ ବିଦ୍ୟାପୀଠ 5T ସ୍କୁଲ ଅନ୍ତର୍ଭୁକ୍ତ ହୋଇ ନବକଳେବର ହୋଇଅଛି। 5T ସ୍କୁଲ ଅନ୍ତର୍ଭୁକ୍ତ ହେବା ପୂର୍ବରୁ ଲଗାତାର ତିନି ବର୍ଷ ବାରଙ୍ଗ ବ୍ଲକରେ 100%ରେଜଲ୍ଟ ଓ ମାଟ୍ରିକ ଟପର ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି ଜୟନ୍ତୀ ଦେବୀ ବିଦ୍ୟାପୀଠ। ବିଦ୍ୟାଳୟ5T ଅନ୍ତର୍ଭୁକ୍ତ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭି.କେ.ପାଣ୍ଡିଆନ ,ନିଆଳି ବିଧାୟକ ପ୍ରଫେସର ଡ଼.ପ୍ରମୋଦ କୁମାର ମଲ୍ଲିକଙ୍କୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଂଚଳର ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଅର୍ପଣ କରିଥିଲେ।ଭିଡିଓ କଂଫ୍ରରେନ୍ସ ମାଧ୍ୟମରେ 5T ସ୍କୁଲର ଶୁଭ ଉଦଘାଟନ କରିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଦ୍ୟାଳୟର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ଖଲର୍ଦ୍ଧା ପଂଚାୟତ ସରପଞ୍ଚ ଶ୍ରୀମତୀ ଇତିଶ୍ରୀ ସ୍ୱାଇଁ,ସମିତିସଭ୍ୟ ବେଣୁଧର ମୁଳିଆ,ସ୍କୁଲ ପରିଚାଳନା କମିଟି ସଭାପତି ସୋମନାଥ ଦାସ,ବାରଙ୍ଗ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ଦଳେଇ,ବୁଦ୍ଧିଜୀବୀ ସେସଦେଵ ପାତ୍ର,ବନ୍ଧୁ ଚରଣ ସାହୁ,ପ୍ରଦ୍ୟୁମ୍ନ ପତି, ଜୟପ୍ରକାଶ ରାଉତ,ଅମୀୟ ରଞ୍ଜନ କୁଁଅର,ନିରଞ୍ଜନ ପରିଜା, ଉପେନ୍ଦ୍ର ହାତୀ,ସୁରେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ଛାତ୍ର ଛାତ୍ରୀ ,ଅଭିଭାବକ ଓ ପାଖ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ। କଟକ ଜିଲ୍ଲା ଗ୍ରାମାଞ୍ଚଳରୁ ସନ୍ତୋଷ ପ୍ରଧାନଙ୍କ ରିପୋର୍ଟ ସଂଘର୍ଷ ନିଉଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More