ଭିଟାମାଟି ଅଧିକାର ମଞ୍ଚ ତରଫରୁ ‘ଆଜାଦି କି ଅମୃତ ମହୋତ୍ସବ’ ପାଳିତ

24

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ଚଳିତ ଥର ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ଦେଶବ୍ୟାପୀ ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ ଜାରି ରହିଛି । ଏହି ଅବସରରେ ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି କେନ୍ଦ୍ର ସରକାର । ଏହି ମିଶନରେ ସ୍ବାଧୀନତା ଦିବସ ପାଳନର ଦୁଇ ଦିନ ପୂର୍ବରୁ ପ୍ରତ୍ୟେକ ସର୍ବସାଧାରଣ ସ୍ଥାନ ଓ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଅହ୍ବାନ ଦେଇଛି କେନ୍ଦ୍ର ସରକାର ।ଚଳିତ ବର୍ଷ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶର ସମସ୍ତ କାର୍ଯ୍ୟାଳୟ, ସର୍ବସାଧାରଣ ସ୍ଥାନ ଓ ପ୍ରତ୍ୟେକ ନାଗରିକ ନିଜ ଘରେ ତ୍ରିରଙ୍ଗା ଉଡାଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମ ସୃଷ୍ଟି କରିବା ଏହି ନୂତନ ମିଶନର ମୁଖ୍ୟ ଉଦ୍ଦେଶ୍ୟ । ସେପଟେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ପୁରୀରେ ଆରଂଭ ହୋଇଚି ସଚେତନତା କାର୍ଯ୍ୟକ୍ରମ। ପୁରୀର ମୁଖ୍ୟ ଡାକ ଘର ସାମ୍ନାରେ ଥିବା ଏକ ଚା ଦୋକାନରେ ଏକ ନିଆରା ଢଙ୍ଗ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ଜାତୀୟ ପତାକା ବଣ୍ଟନ ଶହ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ପୋଷ୍ଟ ଅଫିସ ଆଗରେ ଚା ଦୋକାନ କରିଥିବା ଅକ୍ଷୟ ଜୟ ସିଂହ ନିଜ ଦୋକାନ ରେ ଜାତୀୟ ପତାକା ଲଗାଇବା ସହ ନିଜ ଦୋକାନକୁ ଚା ପିଇବାକୁ ଆସୁଥିବା ସମସ୍ତ ଲୋକଙ୍କୁ ତ୍ରିରଙ୍ଗା ବାଣ୍ଟି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହେବାକୁ ସେ ଆହ୍ବାନ ଦେଇଛନ୍ତି। ଅକ୍ଷୟ ଜୟ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ବଡ ପ୍ରଶଂସକ। ପ୍ରଧାନମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମ ସଫଲ କରାଇବା ପାଇଁ ସେ ତାଂକ ଦୋକାନ ରେ ଆସୁଥିବା ଗ୍ରାହକଙ୍କ ଭିତରେ ସଚେତନତା ସୃଷ୍ଟି କରନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More