ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ ଶିକ୍ଷ।ଧିକାରୀ

9

Get real time updates directly on you device, subscribe now.

ଢେଙ୍କାନାଳ(ସଂଘର୍ଷ ମିଡିଆ) : – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଶିକ୍ଷଧିକାରୀ ଶାନ୍ତନୁ ମଲିକଙ୍କୁ ଆଜି ସକାଳ 7 ଟା ସମୟରେ ତାଙ୍କ କୁକୁଟା ଛକ ଭଡା ଘରେ କଟକ ଭିଜିଲାନ୍ସ ଚଢ଼ାଉ କରି ଗିରଫ କରିଛି । ସୂଚନା ଅନୁଯାୟୀ ଗତ 6/12 ରିଖ ରେ ହିନ୍ଦୋଳ ଉପଖଣ୍ଡ ବରସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଏକ ଅଭାବନୀୟ ଘଟଣା କ୍ରମେ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀ ଛାତ୍ର ବିଷ୍ଣୁ ଦେହୁରୀ ବିଦ୍ୟାଳୟ ପରିସର ବାହାରେ ଥିବା ଏକ ଖୋଲା କୂଅକୁ ଶୌଚ ହେବାକୁ ଯାଇଥିବା ସମୟରେ ଅସାବଧାନତା ଯୋଗୁଁ କୂଅରେ ପଡି ମୃତ୍ୟୁ ବରଣ କରିଥିଲେ । ଏହି ଅଭାବନୀୟ ପରିସ୍ଥିତି କାରଣରୁ ବ୍ଲକ ଶିକ୍ଷଧିକାରୀ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଅଦ୍ୱୈତ ସାମଲଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲେ । ଏହି ଘଟଣା ଘଟିବା ପରଠାରୁ ବ୍ଲକ ଶିକ୍ଷଧିକାରୀ ଶିକ୍ଷକ ଶ୍ରୀ ସାମଲଙ୍କୁ ବାରମ୍ବାର ଉତକୋଚ ମାଗିବା ସହ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏଥିରେ ଅତିଷ୍ଠ ହୋଇ ପରିଶେଷରେ ଶିକ୍ଷକ ଶ୍ରୀ ସାମଲ କଟକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବରୁ ଶିକ୍ଷକ ସାମଲ ବ୍ଲକ ଶିକ୍ଷଧିକାରୀଙ୍କୁ ଷାଠିଏ ହଜାର ଟଙ୍କା ଦେଇ ସାରିଥିବା ବେଳେ ଶିକ୍ଷକ ସାମଲଙ୍କ ଇନ୍କ୍ରିମେଣ୍ଟ ଓ ଏରିଅର କରିଦେବାକୁ ଆଉ ଦଶ ହଜାର ଟଙ୍କା ମାଗିଥିଲେ । ଏ ନେଇ ଶିକ୍ଷକ ଭିଜିଲାନ୍ସର ସହାୟତା ନେବା ପରେ ପୂର୍ଵ ପ୍ରସ୍ତୁତି ଅନୁଯାୟୀ ଆଜି ବ୍ଲକ ଶିକ୍ଷଧିକାରୀଙ୍କ ଭଡା ଘରେ ଦଶ ହଜାର ଟଙ୍କା ଦେବା ସମୟରେ କଟକ ଭିଜିଲାନ୍ସ ଟିମ ବ୍ଲକ ଶିକ୍ଷଧିକାରୀଙ୍କୁ ମାଡି ବସିଥିଲା । ଏଥିରେ ଭିଜିଲାନ୍ସ ଅଧିକାରୀ ଅନୁପମା ସାହୁ, ଡ଼ିଏସପି ସୁଶୀଲ କୁମାର ଏକା, ଇନ୍ସପେକ୍ଟର ବିଜୟ କୁମାର ସେଠ, ଜ୍ୟୋତି ଶେଖର ସାହୁ ପ୍ରମୁଖ ସାମିଲ ଥିଲେ । ଭଡା ଘରୁ ନଗଦ 91 ହଜାର ଟଙ୍କା ଜବତ ହେବା ସହ ଏକ ଆଇ 20 କାର ଓ ଅନ୍ୟାନ୍ୟ କାଗଜ ପତ୍ର ଜବତ କରିଥିଲେ ପରେ ହିନ୍ଦୋଳ ବ୍ଲକ ଶିକ୍ଷଧିକାରୀଙ୍କ କାର୍ଯ୍ୟାଳୟରୁ ବହୁ କାଗଜ ପତ୍ର ଜବତ ହୋଇ ଥିଲା । ଏକ ସମୟରେ ବ୍ଲକ ଶିକ୍ଷଧିକାରୀ ରହୁଥିବା ଭଡ଼ାଘର, କାର୍ଯ୍ୟାଳୟ ସମେତ ନିଜ ବାସଭବନ ଭଦ୍ରକ ଜିଲ୍ଲା କୁଆସ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଘରେ ଗଛିତ ଥିବା ଲକ୍ଷ ଲକ୍ଷ ଟଙ୍କା ସୁନା ଗହଣା ଜବତ କରିଛି । ମହାଶୟ ହିନ୍ଦୋଳ ବ୍ଲକରେ 4 ବର୍ଷ ତଳେ ଯୋଗ ଦେବା ପର ଠାରୁ ବିଭିନ୍ନ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ହଇରାଣ କରିବା ସହ ବିଭିନ୍ନ ଉପାୟରେ ଲକ୍ଷାଧିକ ଟଙ୍କା ରୋଜଗାର କରିଥିବା ଶୁଣାଯାଉଛି । ଅନୁରୂପ ଭାବେ କାର୍ଯ୍ୟାଳୟକୁ କୌଣସି ଶିକ୍ଷକ ଶିକ୍ଷୟତ୍ରୀ ଗଲେ ସେମାନଙ୍କୁ କାର୍ଯ୍ୟାଳୟର କର୍ମଚାରୀ ମାନେ ବିଭିନ୍ନ ଆଳ ଦେଖାଇ ଟଙ୍କା ଆଦାୟ କରିଥାନ୍ତି ଶିକ୍ଷା ବିଭାଗ କାର୍ଯ୍ୟାଳୟରେ ଏହିଭଳି ଘଟଣା ଦିନକୁ ଦିନ ବଢ଼ି ଚାଲିଥିବା ନେଇ ଶିକ୍ଷକ ଶିକ୍ଷୟିତ୍ରୀ ମହାଲରେ ଅସନ୍ତୋଷ ଦେଖା ଦେଇଛି । ପ୍ରଶାନ୍ତ ଜେନାମଣୀ ହିନ୍ଦୋଳ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More