ଭିଜିଲାନ୍ସ ଜାଲରେ ମାହାଙ୍ଗା ଥାନା ଆଇଆଇସି ନିହାର ରଞ୍ଜନ ମହାନ୍ତି

23

Get real time updates directly on you device, subscribe now.

ମାହାଙ୍ଗା (ସଂଘର୍ଷ ମିଡିଆ ) : – କଟକ ଜିଲ୍ଲା ମାହାଙ୍ଗା ଥାନା ଆଇ ଆଇ ସି ନିହାର ରଞ୍ଜନ ମହାନ୍ତିଙ୍କ ସରକାରୀ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉ। ଚଢାଉ ପୂର୍ବରୁ ଖବର ପାଇ ଥାନା ଆଇ ଆଇ ସି ନିହାର ମହାନ୍ତି ଫେରାର ହୋଇଯାଇଥିଲେ। ଭିଜିଲାନ୍ସ ପକ୍ଷରୁ ସରକାରୀ ବାସଭବନକୁ ସିଲ୍ କରିବା ସହ ଭୁବନେଶ୍ଵର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ହାଜିରା ହେବା ପାଇଁ ମାହାଙ୍ଗା ଥାନା ଆଇ ଆଇ ସି ନିହାର ମହାନ୍ତିଙ୍କୁ ନୋଟିସ କରିଛି। ନିହାର ମହାନ୍ତି ଭିଜିଲାନ୍ସ ରେ ହାଜିରା ହେବା ପରେ ସେଠାରୁ ତାଙ୍କୁ ଆଣି ମାହାଙ୍ଗା ଥାନା ସରକାରୀ ବାସଭବନ ରେଡ କରିବ ବୋଲି ଭିଜିଲାନ୍ସର ସୂଚନା। ଆଇ ଆଇ ସି ନିହାର ମହାନ୍ତିଙ୍କ ସ୍ତ୍ରୀ ରାୟଗଡ଼ା ଅବକାରୀ ବିଭାଗ ରେ କାର୍ଯ୍ୟରତ ଥିଲେ। ଗତକାଲି ରାତିରେ ରାୟଗଡ଼ାରୁ ଭବନେଶ୍ୱର ଆସୁଥିବା ବେଳେ ଭିଜିଲାନ୍ସ ବିଶେଷ ସୂତ୍ରରୁ ଖବର ପାଇ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ତାଙ୍କ ନିକଟରୁ ଛଅ ଲକ୍ଷ ଟଙ୍କା ନଗଦ କ୍ୟାସ ଜବତ କରିଥିଲା ଭିଜିଲାନ୍ସ ଟିମ୍। ଜବତ ଛଅ ଲକ୍ଷ ଟଙ୍କାର ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବାରୁ ଭିଜିଲାନ୍ସ ଛଅ ଲକ୍ଷ ଟଙ୍କା ଜବତ କରିବା ଶହ ଅବକାରୀ ଅଧିକାରିଣୀ ନିନା ବେଉରା ଙ୍କୁ ଗିରଫ କରିଥିଲା। ଗିରଫ କରିବା ପରେ ଭିଜିଲାନ୍ସ ପକ୍ଷରୁ ନିନା ବେଉରା ଙ୍କ ଭୁବନେଶ୍ଵର ସ୍ଥିତ ବାସଭବନ, ବିଭିନ୍ନ ସମ୍ପର୍କୀୟଙ୍କ ବାସଭବନ, ନିନା ବେଉରା ଓ ନିହାର ମହାନ୍ତିଙ୍କ ପୈତୃକ ବାସଭବନ ଚଢାଉ ହେବା ସହ ନିନା ବେଉରା ଙ୍କ ସ୍ବାମୀ ମାହାଙ୍ଗା ଥାନା ଅଧିକାରୀ ନିହାର ମହାନ୍ତିଙ୍କ ମାହାଙ୍ଗା ଥାନା ପରିସରରେ ଥିବା ସରକାରୀ ବାସଭବନକୁ ସିଲ୍ କରିଛି ଭିଜିଲାନ୍ସ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More