ଖୋର୍ଦ୍ଧା (ସଂଘର୍ଷ ମିଡିଆ) : ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ତହସିଲ ଅଧିନରେ ରହିଛି ଅଚ୍ୟୁତପୁର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ । ଅଚ୍ୟୁତପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅଧିନସ୍ଥ ଦେଉଳିପାଟଣା ଗ୍ରାମର ଦୀପକ ପ୍ରଧାନଙ୍କର ଜମି-ଜମା ପଟ୍ଟା ସଂକ୍ରାନ୍ତିୟ କାର୍ଯ୍ୟ କରାଇଦେବା ପାଇଁ ରାଜସ୍ୱ ନିରୀକ୍ଷକ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫସି ଯାଇଛନ୍ତି ଗୈ।ରାଙ୍ଗ ଶବର । ଭିଜିଲାନ୍ସ DSP – ଶ୍ରୀକାନ୍ତ କୁମାର ବେହେରା ନେତୃତ୍ବରେ ୩ ଜଣ Inspector- ସରିତା ତ୍ରିପାଠୀ , ଅଶୋକ କୁମାର ବେରୁଆ , ସୁଦୀପ୍ତ ପୃଷ୍ଟି ପ୍ରମୁଖ ଏହି ଧରପଗଡରେ ସାମିଲ ହୋଇଥିଲେ । ଅଚ୍ୟୁତପୁର ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରୁ ରାଜସ୍ୱ ନିରୀକ୍ଷକ ଗୈ।ରାଙ୍ଗ ଶବରଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିବା ପରେ ଟାଙ୍ଗୀ ତହସିଲ କାର୍ଯ୍ୟାଳୟରେ ରେକର୍ଡ ପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ । ଅନ୍ୟ ପଟରେ ଧରାପଡିଥିବା ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ତଥା ଦାମିଆ-ବରବରା ପଞ୍ଚାୟତ କଟୁଆଳ ଗ୍ରାମରେ ଥିବା ରାଜସ୍ୱ ନିରୀକ୍ଷକଙ୍କର ନିଜସ୍ୱ ଘରେ ବିଭିନ୍ନ ନଥିପତ୍ର ତନଖି କରିଛନ୍ତି ଭିଜିଲାନ୍ସର ଆଉ ଏକ ଟିମ୍ । ଖୋର୍ଦ୍ଧାରୁ ବିରେନ କୁମାର ସାହୁଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ।