ନୂଆପଡା(ସଂଘର୍ଷ ମିଡିଆ) :- ବର୍ତ୍ତମାନର ବଡ଼ ଖବର ନୂଆପଡା ଜିଲ୍ଲା ସିନାପାଲି ପ୍ରାଣି ଚିକିତ୍ସାଳୟରେ କାର୍ଯ୍ୟରତ ପ୍ରାଣି ଚିକିତ୍ସକ (ଭିଏଏସ୍) ବିଭୁପ୍ରଦ ଧଳ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି। ପ୍ରାଣୀ ଚିକିତ୍ସାଳୟ ରେ ବ୍ୟବହୃତ ଗାଡିର ପାଉଣା କରାଇଦେବା ପାଇଁ କୋଡିଏ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ନୂଆପଡା ଭିଜିଲାନ୍ସ ଚଢ଼ାଉ କରି ଥିବା ଜଣାପଡ଼ିଛି। ପ୍ରାପ୍ତ ଖବର ଅନୁସାରେ ସିନାପାଲି ବ୍ଲକ ଅନ୍ତର୍ଗତ ହାତିବନ୍ଧା ପଞ୍ଚାୟତ ଚାହାରପାଲି ଗ୍ରାମର ପ୍ରେମାନନ୍ଦ ବଗର୍ତୀଙ୍କ ଏକ ବୋଲେରୋ ଗାଡି ସିନାପାଲି ପ୍ରାଣୀ ଚିକିତ୍ସାଳୟରେ ନିୟୋଜିତ କରିଥିଲେ। ହେଲେ ସେହି ଗାଡିର ୨ମାସର ପାଉଣା ମିଲିନଥିବାରୁ ସେହି ୨ ମାସର ଟଙ୍କା କରାଇ ଦେବାକୁ ଶ୍ରୀ ବଗର୍ତୀ କହିଥିଲେ। ହେଲେ ପ୍ରାଣୀ ଚିକିତ୍ସକ ଶ୍ରୀଧଳ ଗାଡିର ପାଉଣା କରାଇଦେବା ବାବଦକୁ ପଚିଶ ହଜାର ଟଙ୍କା ଲାଞ୍ଚ ଡିମାଣ୍ଡ କରିଥିଲେ। ଏନେଇ ଶ୍ରୀ ବଗର୍ତୀ ନୂଆପଡା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଶ୍ରୀ ବଗର୍ତୀ ନୂଆ ଜିଲ୍ଲା ଭିଜିଲାନ୍ସ ରେ ଅଭିଯୋଗ କଲା ପରେ ଶନିବାର ରାତ୍ରି ପାଖାପାଖି ସାଢେ ୮ ଟା ସମୟ ବେଲେ ନୂଆପଡା କଳାହାଣ୍ଡି ଜିଲ୍ଲା ଭିଜିଲାନ୍ସଙ୍କ ମିଳିତ ଉଦ୍ୟମରେ ଭିଜିଲାନ୍ସ ଅଧିକାରୀ ଦୀନବନ୍ଧୁ ବେହେରାଙ୍କ ନେତୃତ୍ୱରେ ଶ୍ରୀଧଳଙ୍କୁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଲେ ଚଢ଼ାଉ କରି କାବୁ କରିଥିଲେ। ଶ୍ରୀ ଧଳ ପ୍ରାଣୀ ଚିକିତ୍ସାଳୟରୁ ନିଜ ବସାକୁ ଆସୁଥିବା ବେଲେ ଯୁଗେନଛକ ନିକଟସ୍ଥ ଫୋରୱେ ରାସ୍ତା ଉପରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ କାବୁ କରିଥିବା ସୂଚନା ମିଳିଛି। ତାଙ୍କୁ ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆ ଯାଇଥିବା ଜଣାପଡିଛି।