- ଭଦ୍ରକ(ସଂଘର୍ଷ ମିଡିଆ ) : : ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର. ନଗଦ 10 ହଜାର ଟଙ୍କା ନେବା ବେଳେ ରାସ୍ତା ମଝିରେ ସେକ୍ସନ ଅଫିସରଙ୍କୁ ମାଡିବସିଲା ଭିଜିଲାନ୍ସ । ଭଦ୍ରକ ଧୂଷୁରୀ ଶାଆଁଳପୁର ସ୍ଥିତ ଆଇ ଜି ଏମ କଲେଜର ସେକ୍ସନ ଅଫିସର ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି । ସୂଚନା ଅନୁଯାୟୀ ଆଇ ଜି ଏମ କଲେଜର ପୂର୍ବତନ କର୍ମଚାରୀ ପ୍ରଫୁଲ୍ଲ ପୃଷ୍ଟି ଙ୍କର 2020 ମସିହାରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ଗ୍ରାଚ୍ୟୁଇଟ ଓ ଅନ୍ୟାନ୍ୟ ବିଲ ବାବଦକୁ ଟଙ୍କା ବକେୟା ରହିଛି । ତେବେ ଅନେକ ଥର ମୃତକଙ୍କ ପୁଅ ପୀୟୂଷ ପ୍ରତୀକ ପୃଷ୍ଟି ସେକ୍ସନ ଅଫିସର ପ୍ରଭାତ କୁମାର ନାୟକଙ୍କ ସହ ଯୋଗାଯୋଗ କରିଥିଲେ । ପ୍ରଭାତ ମଧ୍ୟ ପୂର୍ବରୁ କାମ କରାଇଦେବା କହି ବହୁଥର ଟଙ୍କା ନେଇଥିଲେ । ଶେଷରେ ଆଜି ବାଲେଶ୍ୱରରୁ ଫେରିବା ବେଳେ ଆରଡ଼ି ଛକ ନିକଟରେ କାର ଅଟକାଇ ପୋଲ ତଳେ ମୃତକଙ୍କ ପୁଅଙ୍କ ନିକଟ ରୁ 10 ହଜାର ଟଙ୍କା ନେଉଥିଲେ । ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସର କର୍ମଚାରୀ ମାନେ ଲୁଚି ରହିଥିଲେ ଓ ଟଙ୍କା ନେବା ମାତ୍ରକେ ପ୍ରଭାତ ନାୟକଙ୍କୁ ଧରିଥିଲେ । ଭିଜିଲାନ୍ସ ଅଫିସ ତରଫରୁ ଅଧିକ ତଦନ୍ତ ଆରମ୍ଭ ହୋଇଛି ।
Get real time updates directly on you device, subscribe now.
Prev Post