କଳାହାଣ୍ଡି(ସଂଘର୍ଷ ମିଡିଆ) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କଳାହାଣ୍ଡି ଜନ ସ୍ବାସ୍ଥ୍ୟ ବିଭାଗ (ଜିପିଏଚ) ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁଙ୍କ ଠାରୁ ବହୁ ପରିମାଣରେ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଶ୍ରୀ ସାହୁଙ୍କ ଘର ସମେତ ତିନୋଟି ସ୍ଥାନରେ ଆଜି ସକାଳୁ ଭିଜିଲାନ୍ସ ଚଢାଉ କରୁଛି। ସ୍ଥାନୀୟ ଜଳେଶ୍ଵର ମନ୍ଦିର ରାସ୍ତାରେ ଥିବା ତିନି ମହଲା କୋଠା ସମେତ ତାଙ୍କ ଅଫିସ ଏବଂ ନର୍ଲା ବ୍ଲକ୍ ବଳବସପୁରରେ ଥିବା ତାଙ୍କ ପୈତୃକ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଛି।