ଭାଲୂବସା ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ କୁଅର ଦୂଷିତ ପାଣିରେ ମଧ୍ଯାନ ଭୋଜନ ପ୍ରସ୍ତୁତକୁ ନେଇ ଅଭିଯୋଗ

26

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ): – ୧୯୯୩ ମସିହାରେ ପ୍ରତିଷ୍ଟା ହୋଇଥିବା ରାଇରଙ୍ଗର ଗୋଷ୍ଟି ଶିକ୍ଷା ବିଭାଗ ଅଧିନସ୍ଥ ଭାଲୁବସା ଗ୍ରାମପଞ୍ଚୟତର ଭାଲୁବସା ଗାଁ ମଝିରେ ରହିଛି ଭାଲୁବସା ଉଚ୍ଚ ପ୍ରାଥମିକ ବିଦ୍ଯାଳୟ , ବିଦ୍ଯାଳୟ ପ୍ରତିଷ୍ଟାର ଏକ ବର୍ଷ ପରେ ବିଦ୍ଯାଳୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ କୂଅଟି ଖନନ କରାଯାଇଥିବା କଥା ଗ୍ରାମବାସୀ ପ୍ରକାଶ କରିଥିଲେ । ଦୀର୍ଘ ୨୫ ବର୍ଷ ମଧ୍ଯରେ କୌଣସି ପ୍ରଧାନ ଶିକ୍ଷକ କୁଅ ପାଣିକୁ ବିଷଧନ କରାବା ପାଇଁ ସ୍କୁଲ କତ୍ତୃପକ୍ଷ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଭାବକ ମାନେ ଅଭିଯୋଗ ଆଣିଥିଲେ । ଚଳିତ ବର୍ଷ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଅମୃତ ମହତ୍ସବ କାର୍ଯ୍ଯକ୍ରମ ପାଇଁ ବିଦ୍ଯାଳୟର ପ୍ରଧାନଶିକ୍ଷକ ଶତିଷ ଚନ୍ଦ୍ର ବାରିକ ସ୍କୁଲ ପରିସରକୂ ଅଭିଭାବକ ମାନଙ୍କୁ କାର୍ଯ୍ଯକ୍ରମ ପାଇଁ ଡକାଇଥିଲେ । ବୈଠକ ବସିବା ପୂର୍ବରୁ ଅଭିଭାବକ ମାନେ ପହଞ୍ଚିଥିଲେ , ବିଦ୍ଯାଳୟରେ ପିଲାମାନେ କିପରି ମଧ୍ଯାନ ଭୋଜନ ଦିଆଯାଉଛି ତାହା ଜାଣିବାପରେ , ଅଭିଭାବକ ମାନଙ୍କ ନଜର ଜରାଜିର୍ଣ୍ଣ ଅବସ୍ଥାରେ ପଡିଥିବା କୁଅ ଉପରେ ନଜର ପଡିବାରୁ ପ୍ରଧାନ ଶିକ୍ଷକ ଶତିଷ ଚନ୍ଦ୍ର ବାରିକ୍ ଙ୍କୁ ପ୍ରଶ୍ନ କରିଥିଲେ । ପ୍ରଧାନ ଶିକ୍ଷକ ପ୍ରଶ୍ନର ଉତ୍ତର ନ ଦେଇ କଥା କୁ ଆଡେଇବା ପାଇଁ ଚେଷ୍ଟାକରି , କୌଣସି ଜରୁରୀ ଅଭିଯୋଗ ଆଣି ବିଦ୍ଯାଳୟରୂ ଖସିଯାଇଥିବା କଥା ଅଭିଭାବକ ମାନେ ସୂଚନା ଦେଇଥିଲେ , କୂଅର ଚାରିପଟେ ପଡିଛି କୁଳା କୁଳା ପଛା ଭାତ ତରକାରୀ , କୁଅ ଭିତରେ ଅନେକ ଅଳିଆ ଆବର୍ଜନା , କୂଅର ପାଣି ପଚ୍ଚା ଗନ୍ଧ ପୋକ ଜୋକ ଦେଖିବାକୁ ମିଳିଥିଲା , ଏହି ଅଳିଆ ପାଣିରେ ମଧ୍ଯାନ ଭୋନ ରୋଷେଇ କରି ସ୍କୁଲ ପିଲାମାନଙ୍କୁ ଖାଇବାକୁ ଦୀର୍ଘ ଦିନରୁ ଦିଆଯାଉଥିବା ଘଟଣା ଦେଖିବାକୁ ମିଳିଥିଲା। , ଏ ସମ୍ପର୍କରେ ସ୍କୁଲର ପାଚିକା ମାନେ ମଧ୍ଯ କହିଥିଲେ ହଁ ଆଜ୍ଞ ଏହି କୂଅର ପାଣିରେ ମଧ୍ଯାନ ଭୋଜନ ପ୍ରସ୍ତୁତ କରାଯାଉଅଛି , ଏହି ପଚ୍ଚା ଗନ୍ଧ ପାଣିରେ ରୋଷେଇ କରି ଫିଲାମାନଙ୍କୁ ଦେବାଫଳରେ ପିଲା ମାନେ ଅନେକ ପେଟ ଜନିତ ରୋଗରେ ପିଡିତ ହେଉଥିବା କଥାମାନ ସାମନାକୂ ଆସିଥିଲା । ଯାହାଫଳରେ ଛାତ୍ର ମାନଙ୍କ ଉପସ୍ଥିତି ଉପସ୍ଥାନ ହ୍ରାସ ହେଉଥିବା ନଜରକୁ ଆସିଅଛି। ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ଙ୍କୁ ପଚାରି ବୁଜିବାରୁ ସନ୍ତୋଷ ଜନକ ଉତ୍ତର ଦେଇନଥିଲେ , ଆଉ କହିଥିଲେ କେବେ ସମୟ ଦେଖି ସଫା କରିଦେବା , ଏତେ ବର୍ଷଧରି ଏହି କୂଅ ପାଣି ରେ ରୋଷେଇ ହୋଇ ପିଲାମାଙ୍କୁ ଖାଇବାକୁ ଦିଆଯାଉଅଛି , ମୋ ସ୍କୁଲ ଛୁଆ ମାନେ କେବେ ଜ୍ବରରେ ପଡିବା ଅଭିଯୋଗ ମୁଁ ଜାଣି ନାହିଁ , କିନ୍ତୁ ମୁଁ ଏ ବିଷୟରେ ରାଇରଙ୍ଗପୁର ଗୋଷ୍ଟି ଉନ୍ନୟ ଅଧିକାରୀ ଙ୍କୁ କୂଅ ସମ୍ପର୍କରେ ଅବଗତ କରିଥିଲେ ବୋଲି ଗଣମାଧ୍ଯମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଥିଲେ , ଗଣମାଧ୍ଯମ ପ୍ରଶ୍ନ ରଖିଥିଲେ କି ସ୍କୁଲ କଥା କାହିଁକି ଗୋଷ୍ଟି ଉନ୍ନୟ ବିଭାଗ ବୁଜିବ , ସ୍କୁଲ କଥା ବୁଜିବା ପାଇଁ ଗୋଷ୍ଟି ଶିକ୍ଷା ବିଭାଗର ବୋଲି ପଚାରିବାରୁ କଥା ଗୁଡିକ ଏପଟ ସେପଟ କରି ଉତ୍ତର ଦେଇଥିଲେ । ପ୍ରଶ୍ନ ହେଉଛି ଜଣେ ଦାୟିତ୍ବ ବାନ ପ୍ରଧାନ ଶିକ୍ଷକ ଏହି ଭଳି ଉତ୍ତର ଦେବା ଶିକ୍ଷିତ ପ୍ରଧାନ ଶିକ୍ଷକ ପାଇଁ ଲଜ୍ଯା ବୋଲି ବୁଦ୍ଧିଜିବୀ ମହଲରେ ନିନ୍ଦା କରାଯାଇଛି । ଏ ସମ୍ପର୍କରେ ରାଇରଙ୍ଗପୁର ଗୋଷ୍ଟି ଶିକ୍ଷା ଅଧିକାରୀ କୌଣସି ଅବଗତ ନଥିବା କହିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More