ଭାଲୁ ଆକ୍ରମଣରେ ଜଣେ ଗୁରୁତର

12

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଅଞ୍ଚଳା ପଞ୍ଚାୟତର ସିନ୍ଧିକାଗୁଡା ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ଅପରାହ୍ନ ସମୟରେ ଭାଲୁ କାମୁଡ଼ାରେ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ :- ଅଞ୍ଚଳା ଗ୍ରାମର ସୁନ୍ଦର ସିଂ ମାଝୀ (୪୫) ଓ ତିର୍ତ୍ତ ଭତ୍ରା (୫୦) କୌଣସି କାମ ପାଇଁ ନିଜ ଗ୍ରାମ ରୁ ପ୍ରାୟ ୨ କିମି ଦୂର ଡୁମାଗୁଡା ଗ୍ରାମ ପାଖ ପାହାଡ଼କୁ ଯାଇଥିଲେ ସେଠାରେ ସୁନ୍ଦର ସିଂଙ୍କୁ ଭାଲୁ ଆକ୍ରମଣ କରିଥିଲା । ଆକ୍ରମଣ ସମୟରେ ସାଙ୍ଗରେ ଥିବା ତୀର୍ତ୍ତ ତାଙ୍କୁ ରକ୍ଷା କରିବା ପାଇଁ ପ୍ରୟାସ କରିଥିଲେ । କିଛି ସମୟ ପରେ ଭାଲୁ କବଳରୁ ସେ ସୁନ୍ଦରଙ୍କୁ ବଞ୍ଚାଇ ଥିଲେ । କିନ୍ତୁ ଭାଲୁ ସୁନ୍ଦରଙ୍କ ମୁହଁ ଏବଂ ହାତକୁ ଗୁରୁତର ଭାବେ ଆଘାତ କରିଥିଲା । ସେହି ସ୍ଥାନରୁ ତୀର୍ତ୍ତ ସୁନ୍ଦରଙ୍କୁ ନିଜ ଘରକୁ ଆଣିଥିଲେ ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More