ଭାଲୁ ଆକ୍ରମଣରେ ୬ ଗୁରୁତର

11

Get real time updates directly on you device, subscribe now.

ବାଲେଶ୍ଵର ( ସଂଘର୍ଷ ମିଡିଆ ) : ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ବାଉଁଶବଣିଆ ଅଞ୍ଚଳରେ ଭାଲୁ ଉପଦ୍ରବ ଦେଖାଦେଇଛି । ଦୁଇଟି ଭାଲୁ ଗାଁ ଭିତରେ ପଶି ଗାଁ ଲୋକଙ୍କୁ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୬ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୁଚନାଅନୁସାରେ ବାଲେଶ୍ଵର ଔପଦା ବ୍ଲକ ଅଧିନ ବାଉଁଶବଣିଆ ଅଞ୍ଚଳରୁ ୨ଟି ଭାଲୁ ଆଜି ସକାଳ ୫ ଟା ସମୟରେ ଜଙ୍ଗଲକୁ ଫେରୁଥିବା ବେଳେ ଦିନ ହୋଇଯିବାରୁ ବିଭିନ୍ନ ଗାଁକୁ ପଶି ଆତଙ୍କ ଖେଳାଇଥିଲେ। ଟଣକା ଗ୍ରାମର ଜଳଧର ବିଶ୍ବାଳ ଘରକୁ ପଶି ଯିବାପରେ ତାଙ୍କ ସ୍ତ୍ରୀ ସ୍ନିଗ୍ଧା ଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।ତାଙ୍କ ମୁଣ୍ଡ ଓ ଦେହରେ ଗଭୀର ଆଘାତ ଲାଗିଥିବା ବେଳେ ଜୀବନ ବିକଳରେ ଚିତ୍କାର କରିଥିଲେ। ଜଳଧର ତାଙ୍କୁ ବଞ୍ଚାଇବାକୁ ଯିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More