କଳାହାଣ୍ଡି(ସଂଘର୍ଷ ମିଡିଆ) : ଭାଲୁ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ବୁଧବାର ଖବର ମିଳିଛି। ଏଭଳି ଅଘଟଣ କଳାହାଣ୍ଡି ଜିଲା ଆମପାଣି ଫରେଷ୍ଟ ଅଞ୍ଚଳ ବରାଡଙ୍ଗା ଗାଁରେ ଘଟିଛି। ମୃତ ମହିଳା ପାତ୍ରବସା ଗାଁର ବୋଲି ଜଣାପଡିଛି। ଆଜି ଭୋରରୁ ମହିଳା ଜଣକ ଶୌଚ ହେବା ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ମହିଳା ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରି ଜଙ୍ଗଲରୁ ତାଙ୍କର ରକ୍ତାକ୍ତ ମୃତଦେହ ଉଦ୍ଧାର କରିଥିଲେ। ଭାଲୁ ଆକ୍ରମଣ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି।