ଭାଲୁ ଆକ୍ରମଣରେ ଜଣେ ମୃତ

15

Get real time updates directly on you device, subscribe now.

ନବରଙ୍ଗପୁର ( ସଂଘର୍ଷ ମିଡିଆ ) : ନବରଙ୍ଗପୁର ଜିଲାର ତେନ୍ତୁଳିଖୁଣ୍ଟିବ୍ଳକ ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମର ଭାଲୁ ଆକ୍ରମଣରେ ଗୁରୁବାର ଜଣଙ୍କର ମୃତ୍ୟୁ ଘଟିଛି।  ମୃତ ବ୍ୟକ୍ତିଙ୍କ ନାମ ଭଗବାନ ଗୈାଡ(୫୦) ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ,  ଭଗବାନ ଗୈାଡ ଆଜି ଅପରାହ୍ନ ସମୟରେ ଗ୍ରାମର ଶଶ୍ମାନ ନିକଟରେ କାଠ ଆଣିବାକୁ ଯାଇଥିବା ବେଳେ ସେଠାରେ ରହିଥିବା ଦୁଇଟି ଭାଲୁ ହାବୁଡରେ ପଡିଯାଇଥିଲେ। ତେବେ ସେଥିମଧ୍ୟରୁ ଗୋଟିଏ ମା’ ଭାଲୁ ରହିଥିବା ବେଳେ ତାର ଛୁଆ ଭାଲୁ ରହିଥିବା କୁହାଯାଇଛି। ଭାଲୁଟି ଭଗବାନକୁ କାମୁଡି ମାରିଦେଇଥିବା ବେଳେ ଘଟଣାସ୍ଥଳରେହିଁ ତାଙ୍କର ମୃତ୍ୟୁହୋଇଥିବା ଜଣାପଡିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More