ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ପିକ୍ ଅପକୁ ଉଦ୍ଧାର କରି ଦୁଇ ଜୀବନ ରକ୍ଷା କଲା ଡାବୁଗାଁ ଡ୍ରାଇଭର ମହାସଂଘ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – )ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଡ୍ରାଇଭର ମହାସଂଘ ଭାରସାମ୍ୟ ହରାଇ ଦୁର୍ଘଟଣା ପିକ୍ ଅପ୍ କୁ ଉଦ୍ଧାର କରି ଦୁଇ ଜୀବନ ରକ୍ଷା କରି ସାହସିକତାର ପରିଚୟ ଦେଇ ଏକ ଉଦାହରଣ ସୃଷ୍ଟି କରିଛି l ଏଇ ଦୁଇ ଦିନ ତଳେ ବୋରିଗାଁ ପଟୁ ଡାବୁଗାଁ ଅଭିମୁଖେ ଆସୁଥିବା ଏକ ମହିନ୍ଦ୍ରା ପିକ୍ ଅପ୍ ଓ ଡି  ୨୪ ଏଫ୍ ୭୦୮୩ ଗାଡି ବେଲାରୀ ନଦୀ ବ୍ରିଜ ପାର୍ଶ୍ୱ ଭାରସାମ୍ୟ ହରାଇ ପିଟି ହୋଇ ୧୦ ଫୁଟ ତଳେ ପଡି ଦୁର୍ଘଟଣା ଘଟିଥିଲା l ଫଳରେ ଡ୍ରାଇଭର ଓ ହେଲପର ଦୁର୍ଘଟଣାର ଶିକାର ହୋଇଥିଲା l ଉକ୍ତ ଖବର ପାଇ ଦୁର୍ଘଟଣା ସ୍ଥଳରେ ଡାବୁଗାଁ ଡ୍ରାଇଭର ମହାସଂଘ ର ସଭାପତି ସନ୍ତୋଷ କୁମାର ଭତ୍ରl  ସମ୍ପାଦକ ଅମୀର ଅଲ୍ଲୀ ଖାନ, ସଦସ୍ୟ- ସୁଧା ଖୁଣ୍ଟିଆ, ବୁନୁ ବିଶୋଇ, ଟଙ୍କଧର କଲାର,ବିମଲ ସାନ୍ତା,ସୁରେନ୍ଦ୍ର ହରିଜନ, ଦୟାବାନ  ଭତ୍ରl ଓ ଉତ୍ତମ ପ୍ରଧାନ ପ୍ରମୂଖ ପହଞ୍ଚି ପିକ୍ ଅପ୍ ଟିକୁ ଉଦ୍ଧାର କରି ଆହତ ଡ୍ରାଇଭର ଓ ହେଲପରଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରି ସେ ଦୁଇଟି ଜୀବନ ରକ୍ଷା କରି ମହତ୍ କାର୍ଯ୍ୟ କରି ନିଜକୁ ସାର୍ଥକ ମନେ କରି ଅନ୍ୟକୁ ଏକ ଆଦର୍ଶ ଶିକ୍ଷା ଦେଇପାରିଛନ୍ତି l ଦୁର୍ଘଟଣା ସ୍ଥାନରୁ ଗାଡି ଓ ଦୁଇ ଜଣ ଙ୍କ ଜୀବନ ରକ୍ଷା କରିଥିବାରୁ ଉକ୍ତ ସଂଘ ର କର୍ମକର୍ତ୍ତାଙ୍କୁ ସାଧୁବାଦ ସହ ପ୍ରସଂଶା ଜନସାଧାରଣ କରି ଥିବା ବେଳେ ଏପରି ଜନହିତକର କାର୍ଯ୍ୟ ଜାରୀ ରଖି ଥାଆନ୍ତୁ ବୋଲି ଜନସାଧାରଣ ଦୃଢ଼ ଦାବୀ କରିଛନ୍ତି l ଜନହିତକର କାର୍ଯ୍ୟ ଆଗକୁ ଜାରୀ ରଖିବୁ ବୋଲି ସଂଘ ର ସଭାପତି ଶ୍ରୀ ଭତ୍ରl ଆମ ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More