ଭାରସମ୍ୟ ହରାଇ କାର ଦୁର୍ଘଟଣାଗ୍ରସ୍ତ , ଜଣେ ମୃତ ଜଣେ ଗୁରୁତର

13

Get real time updates directly on you device, subscribe now.

କାମାକ୍ଷାନଗର(ସଂଘର୍ଷ ମିଡିଆ ) : -ଭାରସମ୍ୟ ହରାଇ ରାସ୍ତା ତଳକୁ ଖସି କାର ଦୁର୍ଘଟଣାଗ୍ରସ୍ତ। ଜଣେ ମୃତ୍ୟ,ଜଣେ ଗୁରୁତର। ମୃତକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରଦାଙ୍ଗି ଗ୍ରାମର ଭିକାରିବର ପ୍ରଧାନ ଓ ଗୁରୁତର ହେଲେ ସୁଚିସ୍ମିତି ଦାସ । ବିଳମ୍ବିତ ରାତିରେ କରଦାଙ୍ଗିରୁ ଭିକାରିଙ୍କ ଚିକିତ୍ସା ନିମନ୍ତେ କଟକ ଯାଉଥିଲେ। ଭାଲୁମୁଣ୍ଡ ଗ୍ରାମ ନିକଟରେ ଭାରସମ୍ୟ ହରାଇ ରାସ୍ତା ତଳକୁ ଖସି ଏକ ପଥରରେ ପିଟିହୋଇ ଯାଇଥିଲ କାରଟି। ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଭିକାରିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁତରଙ୍କୁ ଢେ଼ଙ୍କାନାଳ ମୁଖ୍ୟଚିକିତ୍ସଳୟକୁ ସ୍ଥାନାନ୍ତର କରିଛନ୍ତି। କାରରେ ଡ୍ରାଇଭର ସମେତ ମୋଟ ୫ ଜଣ ଗାଡିରେ ଥିଲେ। ଅନ୍ୟ ୩ ଜଣ ସୁରକ୍ଷିତ ଅଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More