ନବରଙ୍ଗପୁର/ଡାବୁଗାଁ, (ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଶୁଭାଶିଷ ସାହୁଙ୍କ ବଦଳି ବାତିଲ କରିବା ନେଇ ଶୁକ୍ରବାର ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ ଓ ଜନସାଧାରଣ ମିଳିତ ଭାବେ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ପ୍ରତିବାଦ କରିଥିଲେ | ସୂଚନାଯୋଗ୍ୟ:- ଡା. ଶୁଭାଶିଷ ସାହୁ ଗତ ୩ ବର୍ଷ ହେଲା ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଭାବେ ସୁଚାରୁରୂପେ ନିଜ ଦାୟିତ୍ଵ ତୁଲାଉ ଥିବାବେଳେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି | ସମସ୍ତ ଅଧସ୍ଥନ କର୍ମଚାରୀ ଙ୍କ ସହ ସୁସମ୍ପର୍କ ରଖି କାର୍ଯ୍ୟ କରୁଥିଲେ | ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟ|ଳୟ ଚିଠି ନଂ ୨୮୫/ ୩୧.୧୦.୨୦୨୦ ତାରିଖ ଦିନ ଠାରୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ ରୁ ଡେପୁଟେସନରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗଦାନ କରିଥିଲେ | ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟ|ଳୟ ଚିଠି ନଂ ୮୧୫୭/ ୨୬.୧୦.୨୦୨୩ ତାରିଖ ଦିନ ଡା. ଶୁଭାଶିଷ ସାହୁଙ୍କୁ ଯଥାଶୀଘ୍ର ନିଜ ପୂର୍ବ ସ୍ଥାନରେ ଯୋଗଦାନ କରିବା ପାଇଁ ନିର୍ଦ୍ଦେଶ ରହିଥିଲା | ଉକ୍ତ ଖବର ପାଇବା ପରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ସମସ୍ତ କର୍ମଚାରୀ ଓ ଜନସାଧାରଣ ଡାକ୍ତର ଙ୍କର ବଦଳି ଆଦେଶ ବାତିଲ କରିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ପ୍ରତିବାଦ କରିଥିଲେ | ପ୍ରତିବାଦ କରିବା ସତ୍ଵେ ଯଦି ଜିଲା ମୁଖ୍ୟ ଚିକିତ୍ସାଧିକାରୀ କୌଣସି ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ଡାବୁଗାଁ ର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରିବା ପାଇଁ ସୂଚନା ଦେଇଥିଲେ | ପ୍ରତିବାଦ ର ସମର୍ଥନ କରି ଡାବୁଗାଁ ବ୍ଲକ ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଓ ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ ପ୍ରମୁଖ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଙ୍କୁ ଖବର ଦେଇଥିଲେ | ଉକ୍ତ ଖବର ପାଇ ବିଧାୟକ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଇ ଡାକ୍ତର ଙ୍କର ବଦଳି ବାତିଲ କରିବା ପାଇଁ ଚାପ ପକାଇଥିଲେ | ପରେ ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟ|ଳୟ ଚିଠି ନଂ ୮୧୭୫/୨୭.୧୦.୨୦୨୩ ତାରିଖ ଦିନ ଉକ୍ତ ବଦଳି ଆଦେଶକୁ ବାତିଲ କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରିବା ପାଇଁ ଆଦେଶ ପ୍ରଦାନ କରିଛନ୍ତି | ଉକ୍ତ ଆଦେଶ ପତ୍ର ପହଞ୍ଚିବା ପରେ ସମସ୍ତ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାରଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l