କଟକ(ସଂଘର୍ଷ ମିଡିଆ ) : : ନରସିଂହପୁର ପଞ୍ଚମୁଖୀ ଛକଠାରୁ ବାହାରିଛି ଭାରତୀୟ ସ୍ଥଳ ସେନା ନିମନ୍ତେ ଆଶାୟୀ ପ୍ରାର୍ଥୀ ଙ୍କ ଏକ ବିଶାଳ ରାଲି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଦୀର୍ଘ ଆଠାମାସ୍ ରୁ ଉର୍ଦ୍ଧ ସମୟ ହେବ ବର୍ତ୍ତମାନ ସୁଦ୍ଧା କିଛି ପ୍ରାର୍ଥୀ ଙ୍କ ହୋଇଯାଇଥିବା ଆର୍ମି ରାଲି ପରୀକ୍ଷା ରେ ତାହାର ଶାରୀରିକ ପରୀକ୍ଷା ସାରିଥିବା ବେଳେ କିନ୍ତୁ ଲିଖିତ ପରୀକ୍ଷା ହେଉନାହିଁ । ଏହାର କାରଣ କଣ ଏବଂ ବିଳମ୍ବ ହେବାର କାରଣ କଣ ତତ୍ ସହିତ ଏହି ପିଲା ମାନେ କହିବା ମୁତାବକ ପ୍ରତି ଛଅ ମାସରେ ଥରେ ଆର୍ମି ରାଲି ବାହାରେ କିନ୍ତୁ ଏବେ ବିଳମ୍ବ କଣ ପାଇଁ ଓ ଏହା ସହିତ ପୋଷ୍ଟ ଅଧିକ କଣ ପାଇଁ ବାହାର କରାଯାଉନାହିଁ । ଏହା ସହିତ ଚାକିରି ର ବୟସ ସୀମା ଟିକିଏ ଅଧିକ କରାଯାଉ କାରଣ ଦୀର୍ଘ ଦୁଇ ବର୍ଷ ହେବ କରୋନା ପାଇଁ କୌଣସି ସାମରିକ କ୍ଷେତ୍ର ରେ ବିଶେଷ କରି ଆର୍ମି ଭର୍ତ୍ତି ବାହାରି ନାହିଁ ଏହି ପରିପ୍ରେକ୍ଷୀରେ ଯେଉଁ ପିଲା ଶେଷ ଆଶା କରିଥିଲେ ସେମାନଙ୍କ ବୟସ ସୀମା ସରି ସରି ଆସୁଛି । ତେଣୁ ଏମାନେ ଏବେ କରିବେ କଣ ସବୁ ସମସ୍ୟା କୁ ଆଖି ଆଗରେ ରଖି ଆଜି ଶହ ଶହ ଆଶାୟୀ ପ୍ରାର୍ଥୀ ରାଜା ରାସ୍ତାକୁ ଓହ୍ଲାଇଛନ୍ତି । ତେଣୁ ଆଗାମୀ ଦିନରେ ଯଦିଓ ସରକାର କିମ୍ବା ସାମରିକ ବାହିନୀ ଅଧିକାରୀ ମାନେ ଏହାରି ଉପରେ ଆଲୋକପାତ ନ କରନ୍ତି ତାହେଲେ ବାଧ୍ୟ ହୋଇ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଏହି ଆନ୍ଦୋଳନକାରୀ କହିଛନ୍ତି ।