ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମୃତ୍ୟୁ କାଳୀନ ବୀମାରାଶି ପ୍ରଦାନ

10

Get real time updates directly on you device, subscribe now.

ନବରଙ୍ଗପୁର/ ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଠାରେ ହିତାଧିକାରୀଙ୍କୁ ମୃତ୍ୟୁ ଜନିତ ବୀମାରାଶି ସୋମବାର ପ୍ରଦାନ କରାଯାଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ଘୋଡାଖୁଣ୍ଟା ପଞ୍ଚାୟତ ଅଧୀନ ସିନ୍ଧିଭଟାଗୁଡା ଗ୍ରାମର ସରାବଣି ଶବର ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଏକ ଜମା ଖାତା ଖୋଲି ଟଙ୍କା ଦେଣନେଣ କରୁଥିଲେ |୧୫.୦୫.୨୦୨୧ ଦିନ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୩୩୦ ଟଙ୍କା ଦେଇ ବୀମା କରାଇଥିଲେ | ୧.୧୧.୨୦୨୧ ଦିନ ନିଜ ଘରେ ସରାବଣିଙ୍କର ପ୍ରସବ ହୋଇ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ | ପ୍ରସବ ହେବା ପରେ ୯.୧୧.୨୦୨୧ ଦିନ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା | ଏହାପରେ ସରାବଣିଙ୍କ ସ୍ଵାମୀ ସଗ୍ରାମ ଶବର ବୀମାରାଶି ପାଇବା ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ | ଏହି ବୀମା ରାଶି ୨ ଲକ୍ଷ ଟଙ୍କା ସଗ୍ରାମ ଶବରଙ୍କ ଜମାଖାତାରେ ବ୍ୟାଙ୍କ ପକ୍ଷରୁ ଜମା କରାଯାଇଛି | ଏଥିରେ ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ ସଗ୍ରାମଙ୍କୁ ଉକ୍ତ ଜମା ଖାତା ପ୍ରଦାନ କରିଛନ୍ତି | ଏଣୁ ବ୍ୟାଙ୍କରେ ଖାତା ଥିବା ଗ୍ରାହକ ମାନେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବୀମା କରାଇ ବୀମାର ସୁଯୋଗ ନିଅନ୍ତୁ | ଏଥିରେ କର୍ମଚାରୀ ସଞ୍ଜୟ ପ୍ରସାଦ ମହାଙ୍କୁଡ, ଅଜିତ ବେରିହା ପ୍ରମୁଖ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଡାବୁଗାଁ ବ୍ଳକ ପ୍ରତିନିଧି ଜି ବିନୋଦ କୁମାର ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More