ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମୃତ୍ୟୁ ଜନିତ ବୀମାରାଶି ପ୍ରଦାନ

9

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଠାରେ ହିତାଧିକାରୀ ଙ୍କୁ ମୃତ୍ୟୁ ଜନିତ ବୀମାରାଶି ଗୁରୁବାର ପ୍ରଦାନ କରାଯାଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ ଗିର୍ଲିଗୁଡା ଗ୍ରାମର ଗୋମତୀ ଭତ୍ରା ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ଏକ ଜମା ଖାତା ଖୋଲି ଟଙ୍କା ଦେଣନେଣ କରୁଥିଲେ | ୩୧.୦୫.୨୦୧୯ ଦିନ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୩୩୦ ଟଙ୍କା ଦେଇ ବୀମା କରାଇଥିଲେ | ଏହା ପ୍ରତି ବର୍ଷ ବୀମା ରାଶି ପଇଠ କରୁଥିଲେ | କୌଣସି କାରଣରୁ ଶରୀର ଅସୁସ୍ଥ ହୋଇ ୧୪.୦୭.୨୦୨୨ ଦିନ ତାଙ୍କର ମୃତ୍ୟୁ ଘଟିଥିଲା | ଏହାପରେ ଗୋମତୀଙ୍କ ସ୍ଵାମୀ କୃଷ୍ଣ ଭତ୍ରା ବୀମାରାଶି ପାଇବା ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ | ଏହି ବୀମା ରାଶି ୨ ଲକ୍ଷ ଟଙ୍କା କୃଷ୍ଣ ଭତ୍ରାଙ୍କ ଜମାଖାତାରେ କରାଯାଇଛି | ଏଥିରେ ଡାବୁଗାଁ ବିଡିଓ ଶରତ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷ୍ଣଙ୍କୁ ଉକ୍ତ ଜମା ଖାତା ପ୍ରଦାନ କରିଛନ୍ତି | ଏଣୁ ବ୍ୟାଙ୍କରେ ଖାତା ଥିବା ଗ୍ରାହକ ମାନେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ବୀମା କରାଇ ବୀମାର ସୁଯୋଗ ନିଅନ୍ତୁ | ଏଥିରେ ଡାବୁଗାଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ନୀତିଶ ସ୍ଵାଇଁ, କର୍ମଚାରୀ ସଞ୍ଜୟ ପ୍ରସାଦ ମହାଙ୍କୁଡ, ସ୍ମୃତି ସୁମନ ସିଂ, ଅଜିତ ବେରିହା, ଭାରତୀୟ ଷ୍ଟେଟ ବ୍ୟାଙ୍କ ଚଚରାଗୁଡାର ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଅକ୍ଷୟ କୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More