କଟକ(ସଂଘର୍ଷ ନୀଉଜ) :୫ ଦଫା ଦାବି ନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଭାରତୀୟ ମଜଦୁର ସଂଘ। ବିଶେଷ କରି କୋଭିଡ୍ ସମୟରେ ବିଭିନ୍ନ କଳକାରଖାନା ବନ୍ଦ ହେବା ଯୋଗୁଁ ଶ୍ରମିକମାନ ନିଜର ରୋଜଗାର ହରାଇଛନ୍ତି। ପ୍ରବାସୀ ଶ୍ରମିକଙ୍କ ସମେତ ନିର୍ମାଣ ଶ୍ରମିକ,ପଞିକୃତ ଓ ଅଣପଞିକୃତ ଶ୍ରମିକ,ଅଟୋ ରିକ୍ସା ଚାଳକଙ୍କ ରୋଜଗାର ଠପ୍ ହୋଇଯାଇଛି। ତେଣୁ ଏମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ସରକାରଙ୍କ ନିକଟରେ ସଂଘ ଦାବି କରିଛି। ଏହାଛଡା ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ମଧ୍ୟ କରୋନା ଯୋଦ୍ଧା ଭାବେ ସମ୍ମାନ ଦେବାକୁ ଦାବି କରିଛି ସଂଘ। ଏ ନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।