ଭାରତୀୟ ଜୀବନ ବୀମା ତରଫରୁ ଷ୍ଟୁଡେଣ୍ଟ୍ ଅଫ୍ ଦି ଇଅର କାର୍ଯ୍ୟକ୍ରମ ଅନୁଷ୍ଠିତ

9

Get real time updates directly on you device, subscribe now.

ପାରଳାଖେମୁଣ୍ଡି (ସଂଘର୍ଷ ମିଡିଆ) : ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଠାରେ LIC OF INDIA ତରଫରୁ ଷ୍ଟୁଡେଣ୍ଟ୍ ଅଫ୍ ଦି ଇଅର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଅବସରରେ ପାରଳାଖେମୁଣ୍ଡି LIC ଶାଖାର ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ ଦୀପ୍ ନାରାୟଣ ମିତ୍ର, ଡେଭେଲପ୍ ମେଣ୍ଟ ଅଫିସର ଶ୍ରୀଯୁକ୍ତ ଅଶୋକ ଶତପଥୀ, ଆଡ୍ ମିନିଷ୍ଟ୍ରେଟୀଭ୍ ଅଫିସର ଶ୍ରୀଯୁକ୍ତ ମୀନକେତନ ପାଣିଗ୍ରାହୀ ଉପସ୍ଥିତ ରହି ଆମ ଜୀବନରେ ଜୀବନ ବୀମାର ଆବଶ୍ୟକତା ଓ ଗୁରୁତ୍ୱ ବିଷୟରେ ବିଭିନ୍ନ ଉଦାହରଣ ମାଧ୍ୟମରେ ପିଲାମାନଙ୍କର ମାର୍ଗ ଦର୍ଶନ କରିଥିଲେ। ଏହି ଅବସରରେ ସ୍ଥାନୀୟ LIC ଶାଖା ପକ୍ଷରୁ ଶିଶୁ ମନ୍ଦିରର ପ୍ରଥମ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ LIC ଟ୍ରଫି୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ସଭାପତିତ୍ବ ତଥା ସଂଯୋଜନା କରିଥିଲେ । ଅନୁଷ୍ଠାନର ସହ-ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବିଦ୍ୟାଳୟରର ଆଚାର୍ଯ୍ୟ ଆଚାର୍ଯ୍ୟା ମାନେ ସହଯୋଗ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More