ଭାଗାମୁଣ୍ଡ ଧାନ ମଣ୍ତିରେ ଅବ୍ୟବସ୍ଥା, ଚାଷୀ ହତାଶ

24

Get real time updates directly on you device, subscribe now.

କେନ୍ଦୁଝର ( ସଂଘର୍ଷ ମିଡିଆ ) : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭାଗାମୁଣ୍ଡ ଲ୍ୟାମ୍ପସ ଅଧୀନରେ ଥିବା ଭଗାମୁଣ୍ଡ ସରକାରୀ ଧାନ ମଣ୍ଡିରେ ଚଳିତ ବର୍ଷ ଖରିଫ ଧାନ କିଣିବା ପାଇଁ ଖୋଲି ସାରିଛି କିଛି ଚାଷୀ ମଧ୍ୟ ବିକିବା ଆରମ୍ଭ କରି ଦେଇଛନ୍ତି। ସପ୍ତାହିକ ଦୁଇ ଦିନ ଶୁକ୍ରବାର ଓ ମଙ୍ଗଳବାର ଏଇ ଦୁଇ ଦିନ ଭଗାମୁଣ୍ଡ ମଣ୍ଡି ରେ ଧାନ କିଣାଯାଏ। ହରିଚନ୍ଦନ ପୁର ଲ୍ୟାମ୍ପସ ଅଧନରେ ଭଗାମୁଣ୍ଡ ମଣ୍ଡିରେ ମାତ୍ର ଲ୍ୟାମ୍ପସ ତରଫରୁ ପଞ୍ଜକୃତ ଚାଷୀ ମାନଙ୍କୁ ଟୋକନ ଦେଇଥିଲେ ସୁଦ୍ଧା ଚାଷୀ ମାନଙ୍କୁ ଠିକ୍ ଭାବରେ ଅବଗତ କରାଯାଉ ନ ଥିବା ରୁ ମଣ୍ଡିକୁ ଚାଷୀ ମାନେ ଧାନ ନେଇ ଫେରାଇ ଆଣିବାକୁ ବାଧ୍ୟ ହେଉଛିନ୍ତ।ଏମିତି ବ୍ୟତିକ୍ରମ ଦେଖାଦେଇଛି ଗତ ଜାନୁଆରୀ ମାସ12ତାରିଖ ମଙ୍ଗଳ ବାର ଭ ଗାମୁଣ୍ଡ ଧାନ ମଣ୍ଡି ରେ। ଟାଙ୍ଗିରିଆ ପାଳ ଗ୍ରାମ ପଞ୍ଚାୟତ ବାରିଙ୍ଗା ର ଚାଷୀ ଚରଣ ଟୁଟୁ ଏ ବର୍ଷ ପ୍ରଥମ କରି ଧାନ ବିକିବା ପାଇଁ ପଞ୍ଚିକରଣ କରି ଟୋକନ ଜାନୁଆରୀ ମାସ 1 ତାରିଖ ଦେବା ପାଇଁ ବାହାରିଥିଲା। ତାଙ୍କୁ ହରିଚନ୍ଦନ ପୁର ଲ୍ୟାମ୍ପସ ତରଫରୁ12 ଜାନୁଆରୀ ମଙ୍ଗଳ ବାର ଦିନ ଧାନ ଆଣିବା ପାଇଁ କୁହାଯାଇଥଲା। ଚାଷୀ ଭଗାମୁଣ୍ଡ ମଣ୍ଡିରେ କୁ ଧାନବସ୍ତା ଆଣି ଜଗି ରହିଥିଲେ।କିନ୍ତୁ ଲ୍ୟାମ୍ପସର କୋୖଣସି କର୍ମଚାରି ଦେଖା ଦେଇ ନଥିଲେ। AMITI ଅନନ୍ତ ଚରଣ ମହାନ୍ତ ଙ୍କୁ ଯୋଗ ଯୋଗ କରିଥିଲେ ସେ ମନାକରିଦେଇଥିଲେ ।ଚରଣ ଟୁଟୁ ବାଧ୍ୟ ହୋଇ । ଘରକୁ ଫେରିଗଲେ। ଏଠାରେ ପ୍ରଶ୍ନ ଉଠେ ,ଯଦି ଧାନ କିଣିବାର ନ ଥିଲା ତାହା ହେଲେ ତାଙ୍କୁ ପୁନର୍ବାର ଅବଗତ କରାଗଲା ନାହିଁ କାହିଁକି? ଏଥିପାଇଁ କିଏ ଦାୟୀ ଲ୍ୟାମ୍ପସ କର୍ମଚାରୀ ନା ଚାଷୀ ତୁରନ୍ତ ଏପରି ଅବ୍ୟବସ୍ଥା ବନ୍ଦ କରିବାକୁ ଓ ଚାଷୀ ମାନଙ୍କୁ ଭଲଭାବରେ ଅବଗତ କରାଯାଉ ବୋଲି ବିରୋଧ କରିଛନ୍ତି। ଟାଙ୍ଗିରିଆ ପାଳ ଗ୍ରାମ ପଞ୍ଚାୟତ ସମ୍ରଟ ଟୁଟୁ, ଚରଣ ଟୁଟୁ, ଗୋପିନାଥ ଟୁଟୁ, ମାୟାଧର ମୁମର୍ମୁ , ପୂତୁରାମ ସୋରେନ, ସୁବାସ ସୋରେନ, ପ୍ରମୁଖ ଚାଷୀ ଜିଲ୍ଲା ପାଳ ଓଯୋଗାଣ ଅଧିକାରୀଙ୍କ ଠାରେ ଦୃଢ ଦାବି କରିଛନ୍ତି।ନଚେତ ଚାଷୀ ମାନେ ରାସ୍ତା କୁ ଓହ୍ଲାଇବା ସହିତ ହରିଚନ୍ଦନପୁର ଲ୍ୟାମ୍ପସ ଅଫିସରେ ତାଲା ପକାଇବୁ ବୋଲି କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More