ଭାଇ ଭଉଣି ୩ ଜଣଙ୍କ ପାଇଁ ବଡ ଭଉଣି ସାଜିଛି ମା

19

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଝରିଗୁମ୍ମା ଗ୍ରାମ ପଞ୍ଚାୟତ ବିରିଗୁଡା ଗ୍ରାମରେଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି,ଜାହାକି ୧୬ବର୍ସର ବଡ ଭଉଣି ଭାଇ ଭଉଣି ୩ଜଣଙ୍କ ପାଇଁ ସାଜିଛି ମା। ବାପା ତୁଳାରାମ ଭତ୍ରା ଓ ମାଆ ସନାଇ ଭତ୍ରା କୁଲି ମଜୁରି କରି ୬ ପ୍ରାଣି କୁଟୁମ୍ବ ସୁରୁଖୁରୁରେ ଚଳି ଆସୁ ଥିଲେ।କିନ୍ତୁ ଦଇବ ଦାଉ ସାଧିଲା।୨୦୨୧ ଜାନୁଆରିରେ ରୋଜଗାରିଆ ବାପା ୫ଜଣ ଙ୍କୁ ଛାଡି ଆର ପାରିକୁ ଚାଲିଗଲେ।ମାଆ ସ୍ଵାମି ଙ୍କ ମ୍ରୁତ୍ୟୁ ପରେ ଚିନ୍ତାରେ ଭାଙ୍ଗି ପଡିଥିବା ବେଳେ କିନ୍ତୁ ହାର ନ ମାନି ପିଲାମନଙ୍କୁ ମଣିଷ କରିବା ପାଇଁଅଣ୍ଟା ଭିଡି ଥିଲେ।ବିଧିର ବିଧାନ କେ କରିବ ଆନ। ସ୍ଵାମିଙ୍କ ମ୍ରୁତ୍ୟୁର କିଛି ମାସ୍ ଜାଇଛି କି ନାହି ମା ଛୁଆ ୪ ଜଣ ଙ୍କୁ ଛାଡି ଆର ପାରିକୁ ଚାଲିଲେ।୧୬ ବର୍ସ ର ବଡ ଭଉଣି ଉପରେ ପରିବାର ର ବୋଝ ପଡିଲା।ହସି ଖେଳି ପାଠ ପଢିବା ବୟସରେ ସେ ସନ୍ସାର ବୋଝ ମୁଣ୍ତାଇବାକୁ ବାଧ୍ୟ ହୋଇଛି।ଭାଇ ଭଉଣିଙ୍କୁ ଗାଧୋଇବା,ଖୁଆଇବା କାମ ସାରି କୁଲି କାମ କରି ଜାହା ପାଏ,ଓଳିଏ ଖାଇଲେ ଓଳିଏ ଉପବାସ ରହିବାକୁ ପଡି ଥାଏ।ସମ୍ପର୍କିୟ୍ ଲୋକେ କାମ ନ ଥିଲା ଦିନ ଜାହା ଦିଅନ୍ତି ସେଥିରେ ଚଳି ଜାଆନ୍ତି।ମମତା ଦୁଇ ଭାଇ ଓ ଭଉଣିଙ୍କୁ କିପରି ମଣିଷ କରିବେ ଏଇ ଚିନ୍ତାରେ ରହି ଥିବା ବେଳେ ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ୍ ର ଅଧିକାରି ବିରିଗୁଡା ଗ୍ରାମରେ ପହଞ୍ଚି ମମତାଙ୍କ ୩ ଭାଇ ଭଉଣିଙ୍କୁ ଆସିର୍ବାଦ ଜୋଜନା ରେ ସାମିଲ କରି ପ୍ରତ୍ୟେକ ଶିଶୁ ଙ୍କୁ ୨ ହଜାର୫ଶହ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି।ଏଣୁ ପ୍ରସାସନର ସୁଦ୍ରୁଶ୍ଟି ପଡି ମମତାଙ୍କ ପେଟ ପାଟଣା ପାଇଁ ୩୫କିଲୋ ଚାଉଳ ଅନ୍ତଦୋୟ କାର୍ଡ ପ୍ରଦାନ କରାଇବା ସହ୍ ସରକାରଙ୍କ ସମସ୍ତ ଜୋଜନା ଜୋଗାଇ ଦେବାକୁ ବୁଧିଜିବି ମହଲରେ ଦାବି ହେଉଛି। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More