ଭାଇଭଉଣୀଙ୍କୁ ଧରି ରତ୍ନବେଦୀକୁ ବାହୁଡ଼ିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ

10

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଠାରେ ମହାପ୍ରଭୁଙ୍କ ବାହୁଡ଼ା ରଥଯାତ୍ରା ବିପୁଳ ଶ୍ରଦ୍ଧାଳୁଙ୍କ ଗହଣରେ ପାଳିତ ହୋଇଛି।ଆଜି ଶ୍ରୀ ଜୀଉଙ୍କର ଗୁଣ୍ଡିଚା ମନ୍ଦିର ଜନ୍ମ ବେଦୀରେ ବିଭିନ୍ନ ପ୍ରକାର ନୀତି ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।ପୂଜାର୍ଚ୍ଚନା ସମାପନ ପରେ ମହାପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା, ବଡ଼ଠାକୁର ବଳଭଦ୍ର ସମେତ ଶ୍ରୀ ଜୀଉ ମାନଙ୍କର ପହଣ୍ଡି ବିଜେ କରାଯାଇଥିଲା।ଅପରାହ୍ନ ୪:୩୦ମିନିଟ ରେ ସୁସଜିତ ରଥରେ ଅବସ୍ଥାପିତଶ୍ରୀ ଜୀଉ ଙ୍କ ନିକଟରେ ରାଇରଙ୍ଗପୁର ରଥଯାତ୍ରା କମିଟିର ଅଧ୍ୟକ୍ଷ ତଥା ପୌରାଧକ୍ଷ ଅଭିଷେକ ପଟ୍ଟନାୟକ ଛେରା ପହଁରା କରିଥିଲେ।ଏହା ପରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଶ୍ରୀ ଜୀଉଙ୍କ ରଥ ଟାଣି ଜଗନ୍ନାଥ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।ପ୍ରଥମ ଦିନ ଶ୍ରୀ ଜୀଉଙ୍କ ରଥ ସ୍ଥାନୀୟ ସାହୁ ଲଜ ସମୁଖରେ ଅଟକି ଥିଲା।ଆସନ୍ତା କାଲି ଗୁରୁବାର ଦିନ ମହିଳା ଶ୍ରଦ୍ଧାଳୁଙ୍କ ଦ୍ବାରା ଶ୍ରୀ ଜୀଉଙ୍କ ରଥ ଟଣା କରାଯିବ ବୋଲି ଜଣାଯାଇଛି।ଶ୍ରୀ ଜୀଉଙ୍କ ପ୍ରଥମ ଦିନ ରଥଯାତ୍ରା ଅବସରରେ ସ୍ଥାନୀୟ ବିଧାୟକ ନବ ଚରଣ ମାଝୀ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ସରୋଜ କୁମାର ଦାଶ, ପୌରାଧକ୍ଷ ଅଭିଷେକ ପଟ୍ଟନାୟକଙ୍କ ସମେତ କମିଟିର ସଦସ୍ୟ ଏବଂ ବିଭିନ୍ନ ସରକାରୀ ପଦାଧିକାରୀ ଯୋଗ ଦେଇଥିଲେ।ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More