ଭାଇକୁ ରାକ୍ଷୀ ବାନ୍ଧି ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଭଉଣୀର ଜୀବନ

11

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – ଭଇ ଭଉଣୀ ସମ୍ପର୍କର ନିଆଁରା ପର୍ବ ରାଖି । ଏହି ଦିନ ଭାଇର ଦୀର୍ଘାୟୁ ଏବଂ ବିଜୟୀ କାମନା କରି ପ୍ରତିଟି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଛି । ହସ ଉଲ୍ଲାସରେ ଭାଇ ହାତରେ ସୁରକ୍ଷାର ଡୋର ବାନ୍ଧି ତାର ଦୀର୍ଘାୟୁ କାମନା କରିଛି ଭଉଣୀ । ଏହାର ପ୍ରତିବଦଳରେ ଭଉଣୀକୁ ସୁରକ୍ଷାର ପ୍ରତିଶୃତି ଦେଇଛି ଭାଇ । ହେଲେ ଏମିତି ଏକ ପବିତ୍ର ମୁହୂର୍ତ୍ତରେ ଭାଇର ଦିର୍ଘାୟୁ ଓ ଶୁଭ ମନାସି ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଫେରିବା ବେଳେ ଦୁର୍ଘଟଣାରେ ଚାଲି ଯାଇଛି ଭଉଣୀର ଜୀବନ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଲିଟିମସ୍କା ଗାଁର ରଚନା ମାଝୀ ଓ ତାଙ୍କ ସାନ ଭଉଣୀ ସ୍ୱାମୀଙ୍କ ସହ ବାଇକ ଯୋଗେ ନିଜ ସାନ ଭାଇ ସମ୍ବରୁ ମାଝୀ ଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଭବାନୀପାଟଣା ଆସିଥିଲେ । ଭାଇ ଭବାନୀପାଟଣା କଲେଜରେ ରହି ପାଠ ପଢ଼ୁଥିବା ବେଳେ ଭଉଣୀ ହଷ୍ଟେଲକୁ ଯାଇ ଭାଇ ହାତରେ ସମ୍ପର୍କର ଡୋରି ବାନ୍ଧି ଗାଁକୁ ଫେରିବା ସମୟରେ ସହରର ଘୋଡାଘାଟ ଛକ ନିକଟରେ ଟ୍ରକ ଚାପି ଦେଇଥିଲା , ଫଳରେ ଘଟଣା ସ୍ଥଳରେ ଭଉଣୀ ରଚନା ମାଝୀଙ୍କ ମୃତୁ ହୋଇଥିବା ବେଳେ ସାନ ଭଉଣୀ ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ଦୁର୍ଘଟଣା ଘଟାଇ ଥିବା ଟ୍ରକ ଫେରାର ମାରିଥିବା ନେଇ ପୋଲିସ ସୂଚନା ଦେଇଛି । ସେପଟେ ପରିବାର ଲୋକଙ୍କ କାନ୍ଦ ବୋବାଳି ରେ ଫାଟି ପଡୁଛି ମେଡ଼ିକାଲ ପରିସର। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ଲଷ୍ମୀ ରଞ୍ଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More