ଭବାନୀପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ

10

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – କଳାହାଣ୍ଡି ଜିଲ୍ଲା ସଦର ବ୍ଳକ୍ ଅନ୍ତର୍ଗତ ଲକ୍ଷ୍ମପୁର ଗ୍ରାମପଞ୍ଚାୟତ ର ଭବାନୀପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ପ୍ରଥମ ବାର୍ଷିକ ଉତ୍ସବ ୨୦୨୩। ମହାଆଡ଼ମ୍ବର ରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧିର କୁମାର ରଥଙ୍କ ସଦ୍ଭାପତିତ୍ଵରେ ଆୟୋଜିତ ଉତ୍ସବରେ ମୁଖ ଅତିଥି ରୂପେ ଏ.ବି.ଓ ତଥା ବି.ଆର.ସି.ସି. ଜୟ କୁମାର ମାଝୀ ଯୋଗଦେଇଥିବା ବେଳେ କଳାହାଣ୍ଡି ଜିଲ୍ଳା ମିଲିତ ସାମ୍ବାଦିକ ସଂଘର ସଭାପତି ନାରାୟଣ ନାୟକ ମୁଖ୍ୟବକ୍ତ। ଦ୍ଭାବରେ ଯୋଗଦେଇ ବିଦ୍ୟାଳୟର ପରିବେଶ ତଥା ଅଭିଭାବକମାନଙ୍କ ଉତ୍ସାହ ଓ ସହ ଯୋଗକୁ ଭୁରି ଭୁରି ପ୍ରସଂଶା କରିଥିଲେ। ସେହିପରି ସମ୍ମାନୀୟ ଅତିଥି ଦ୍ଭାବେ ଏ.ବି. ଓ.ହୃଷିକେଶ ନାଏକ, ଏ.ବି.ଓ.ଜଗଦିଶ ମୁଁଣ୍ଡ ଏବଂ ଲକ୍ଷ୍ମୀପୁର ପଞ୍ଚାୟତର ସମାଜ
ସେବୀ ଜଗଦିଶ ମୁଣ୍ଡ ପ୍ରମୁଖ ଉତ୍ସବରେ ମଞ୍ଚାସୀନ ହୋଇ ଆୟୋଜିତ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ।ଦୀପ ତଳ ଅନ୍ଧାରର ପରି ସହରଠାରୁ ମାତ୍ର ୩ କି.ମି ଦୂରତାରେ ଥିବା ଏହି ବିଦ୍ୟାଳୟରେ କେବେ ମଧ୍ୟ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନଥିଲା ପ୍ରଧାନ ଶିକ୍ଷକ ରଥଙ୍କ ଉଦ୍ୟମରେ ପ୍ରଥମ ବାର୍ଷିକ ଉତ୍ସବ ପାଳନ ହେଇପାରିଥିବାରୁ ଅତିଥିମାନେ ସାଧୁବାଦ ଜଣାଇଥିଲେ। ଏଥିସହିତ ଅଞ୍ଚଳର ଜଣେ ଅବସର ପ୍ରାପ୍ତ କକ୍ଷକ କୃଷ୍ଣବିଶ୍ଵାଳ କୁ ସମ୍ମାନୀତ କରାଯିବା ସହ ବିଭିନ୍ନ କ୍ଷେତ୍ରରେ କୃତିକାର୍ଯ୍ୟ ହାସଲ କରିଥିବା ଛାତ୍ର ,ଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏହି ସମସ୍ତ କାର୍ଯକ୍ରମକୁ ସଫଳ ରୂପ ଦେବାରେ ସହଯୋଗ କରିଥିଲେ ବିଦ୍ୟାଳୟର ସହ ଶକ୍ଷୟତ୍ରୀ ସିକ୍ତା ପଟ୍ଟନାୟକ ଓ ସୁଜାତା ପଣ୍ଡା। କଳାହାଣ୍ଡି ଜିଲ୍ଲା, ଭବାନୀପାଟଣାରୁ ସଂଞ୍ଚବ ରଥଙ୍କ ନାରାୟଣ ପ୍ରସାଦ ନାୟକଙ୍କ ରିପୋଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More