ଭବାନୀପାଟଣା (ସିଖୀ ) ସେଣ୍ଟର ପକ୍ଷରୁ ୧୫ ଦିନିଆ ହିଁସାମୁକ୍ତ ମହିଳା ସମାଜ ଗଠନ ପକ୍ଷ ପାଳିତ

17

Get real time updates directly on you device, subscribe now.

ଭବାନୀପାଟଣା (ସଂଘର୍ଷ ମିଡିଆ) : -କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସହର ଭବାନୀପାଟଣା ସ୍ଥିତ ୱ।ନଷ୍ଟପ ସେଣ୍ଟର (ସଖୀ) ତରଫରୁ ମହିଳା, ବାଳିକା ହିଂସା ନିରୋଧ ପକ୍ଷ ପାଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଜିଲ୍ଲା ର ବିଭିନ୍ନ ବ୍ଳକ୍ ଗ୍ରାମ ଏବଂ ବିଦ୍ୟାଳୟମାନଙ୍କ ଠାରେ କାର୍ଯ୍ୟକ୍ରମ ଚାଲୁରହିଛି। ଆଜି ଜିଲ୍ଲା ର ଆଦିବାସୀ ବହୁଳ ବ୍ଳକ୍ ଲାଞ୍ଚି ଗଡ଼ ର ଭାଟାଙ୍ଗ ପଦର ଗ୍ରାମଠାରେ ଥିବା ଆଦିବାସୀ ମହିଳା ଆବାସିକା ବିଦ୍ୟାଳୟଠାରେ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ସଖୀ ସେଣ୍ଟରର ପରିଚାଳିକା ବିନିତା ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ମିଳିତ ସାମ୍ବାଦିକ ସଂଘର ସଭାପତି ନାରାୟଣ ପ୍ରସାଦ ନାୟକଙ୍କ ସମତେ ଗ୍ରାମର ୱାଡ଼ସଭ୍ୟ ବିଦ୍ୟାଳୟର କର୍ମକର୍ତ୍ତା ଉପସ୍ଥିତ ରହି ବର୍ତ୍ତମାନ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏହାରି ନିରାକରଣ ପାଇଁ ଆଇନ ବ୍ୟବସ୍ଥା ତଥା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଅତିଥିମାନେ । ସେଣ୍ଟର ପରିଚଲିକା ବିନିତା ଦାଶ ମହିଳା ଓ ଛାତ୍ରୀମାନେ ଆଇନର ସୁବିଧା କିପରି ପାଇପାରିବେ ବିସ୍ତାର ରୂପରେ ଉପସ୍ଥିତ ଛାତ୍ରୀମାନଙ୍କୁ ବୁଝାଇଥିଲେ। କଳାହାଣ୍ଡି ଭବାନୀପାଟଣାରୁ ସଂଞ୍ଚିବ ରଥଙ୍କ ସହ ନାରାୟଣ ନାୟକଙ୍କ ରିପୋଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More