ଭଦ୍ରକ ୧୬ନଂ ଜାତୀୟ ରାଜପଥରେ ଜଳିଗଲା ତେଲ ବୋଝେଇ ଟ୍ରକ

8

Get real time updates directly on you device, subscribe now.

  • ଭଦ୍ରକ (ସଂଘର୍ଷ ମିଡିଆ ) : ଜାତୀୟ ରାଜପଥ ଉପରେ ହୁତୁ ହୁତୁ ହୋଇ ଜଳିଗଲା ରିଫାଇନ ତେଲ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତୀଲେ ଡ୍ରାଇଭର ଓ ହେଲପର. 16 ନ ଜାତୀୟ ରାଜପଥ ଭଦ୍ରକ ବାରିକପୁର ଛକ ନିକଟରେ ଏଭଳି ଦୂର୍ଘଟଣା ଘଟିଛି. ଦୁଇ ଟ୍ରକ ମଧ୍ୟରେ ଦୂର୍ଘଟଣା ପରେ ଜଳିଗଲା ତେଲ ବୋଝେଇ ଟ୍ରକ. ସୂଚନା ଅନୁଯାୟୀ, ତେଲ ବୋଝେଇ ଟ୍ରକ ଟି ଭୁବନେଶ୍ୱର ପଟରୁ ଭଦ୍ରକ ଆଡକୁ ଯାଉଥିବା ବେଳେ ଆଗ ଟ୍ରକ ଟିକୁ ପଛରୁ ଧକ୍କା ଦେଇଥିଲ. ଫଳରେ କୌଣସି କାରଣରୁ ଟ୍ରକଟି ଜଳିବାକୁ ଲାଗିଥିଲା. ଟ୍ରକରେ ରିଫାଇନ ତେଲ ବୋଝେଇ ହୋଇଥିବାରୁ ଟ୍ରକଟି ଖୁବ ଜୋରରେ ଜଳିବାରେ ଲାଗିଛି । ଟ୍ରକ ମଧ୍ୟରେ ରହିଥିବା ଡ୍ରାଇଭର ଓ ହେଲପର ଜୀବନ ବିକଳରେ ନିଜ ଜୀବନ ବଞ୍ଚାଇବା ପାଇଁ ଟ୍ରକରୁ ବାହାରକୁ ପଳାଇ ଆସି ନିଆଁରୁ ବର୍ତ୍ତି ଯାଇଛନ୍ତି. ପରେ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ କରୁଥିବା ବେଳେ ଟ୍ରକଟି ସମ୍ପୁର୍ଣ୍ଣ ଜଳି ଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More