ଭଦ୍ରକ (ସଂଘର୍ଷ ମିଡିଆ) : 4 ଜଣ ଛାତ୍ର ସାଙ୍ଗ ହୋଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ବିଧିର ବିଧାନ ଥିଲା ଅଲଗା। ଗାଧୋଇବା ବେଳେ ସମସ୍ତ 4 ଜଣ ଛାତ୍ର କୌଣସି କାରଣରୁ ବୁଡ଼ିଗଲେ। ଏହିପରି ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ସାଳନ୍ଦୀ ନଦୀର ଶାଖା ନଦୀ ନାଳିଆ ନଦୀରେ। ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ପରେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ସଙ୍କଟାପନ୍ନ ଅବସ୍ତାରେ ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ର ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି। ମୃତ୍ୟୁ ବରଣ କରିଥିବା ଛାତ୍ର ମାନେ ହେଲେ ପ୍ରଣୟ କୁମାର ଲେଙ୍କା, ସ୍ମୃତି ରଞ୍ଜନ ସ୍ଵାଇଁ ଏବଂ ରଜତ କୁମାର ଜେନା ବୋଲି ଜଣାପଡିଛି। ସମସ୍ତ ଛାତ୍ର ମାନେ ଗୋଟିଏ କଲେଜ ରେ ପାଠ ପଢୁଥିବା ସୂଚନା ମିଳିଛି। ତେବେ କଲେଜ ଛୁଟି ଥିବାରୁ ସମସ୍ତେ ସାଙ୍ଗ ହୋଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ। କୌଣସି କାରଣରୁ ଜଣେ ଛାତ୍ର ଙ୍କ ଗୋଡ ଖସିଯିବାରୁ ସେ ପାଣିରେ ବୁଡି ଯାଉଥିବା ଦେଖି ଅନ୍ୟ ସାଙ୍ଗ ମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ହେଲେ ଉଦ୍ଧାର କରିବା ବଦଳରେ ସମସ୍ତେ ନଦୀରେ ବୁଡିଯାଇଥିଲେ। ଯାହାକୁ ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ 3 ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ ତଥା ମେଡିକାଲ ପରିସରରେ ଶୋକର ଛାୟା ଖେଳି ଯାଇଛି।