ଭଦ୍ରକ ସାବରଙ୍ଗ ଥାନାରେ ମଦପିଇ ପୋଲିସ କନେଷ୍ଟବଳଙ୍କ ଉନ୍ମୁକ୍ତ କାଣ୍ଡ

9

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଥାନା ପରିସରରେ ମଦପିଇ କନେଷ୍ଟବଳଙ୍କ ଉନ୍ମୁକ୍ତ କାଣ୍ଡ । ଡ୍ୟୁଟି ସମୟରେ ଥାନା ଭିତରେ ମଦନିଶାରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପୋଲିସ ଉପରକୁ ହାତ ଉଠାଇଲେ ମଦ୍ୟପ କନେଷ୍ଟବଳ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନାର କାର୍ଯ୍ୟରତ କନେଷ୍ଟବଳ ବିଶ୍ୱରଞ୍ଜନ ଦଳେଇ ଅତ୍ୟଧିକ ମଦପିଇ ଥାନା ମଧ୍ୟରେ ବହୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଅନ୍ୟ ଷ୍ଟାଫମାନଙ୍କୁ ହାତ ଉଠାଇ ମାରିବାକୁ ଉଦ୍ୟମ କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳିଛି । ଖବର ପାଇ ୱେବ ପୋର୍ଟାଲ ସାମ୍ବାଦିକ ଥାନାରେ ପଂହଁଚି ଖବର ସଂଗ୍ରହ କରିବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଗାଳିଗୁଲଜ କରିବାସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସମ୍ପୃକ୍ତ ସାମ୍ବାଦିକ ଜଣକ କନେଷ୍ଟବଳଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସମୃକ୍ତ କନେଷ୍ଟବଳଙ୍କୁ ଡାକ୍ତରମାଇନା ପାଇଁ ଭଦ୍ରକ ମେଡିକାଲକୁ ଆଣିଛି ସାବରଙ୍ଗ ପୋଲିସ । ଏ ଘଟଣା ଏବେ ଭଦ୍ରକ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More