ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ସହର ମଧ୍ୟରେ ବେଆଇନ ଭାବେ ଟ୍ରଲି ବେପାରୀ ଓ ଜବର ଦଖଲ ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ସ୍ଥାନୀୟ ସହର ନାଗରିକ ମାନଙ୍କ ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ସହର ର ବିଭିନ୍ନ ସ୍ଥାନରେ ଉଠା ଦୋକାନୀ ତଥା ଟ୍ରଲି ବେପାରୀ ମାନଙ୍କ ଦିନକୁ ଦିନ ଭଦ୍ରକ ସହରରେ ଜବର ଦଖଲ ବଢ଼ିବାରେ ଲାଗିଛି। ଫଳରେ ସହରକୁ ପ୍ରତି ଦିନ ଆସୁଥିବା ଲୋକେ ବାଇକ, କାର୍, ସାଇକେଲ ରଖିବା ପାଇଁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେବେ ଏହାକୁ ନେଇ ଆଜି ଭଦ୍ରକ ଜିଲ୍ଲାପାଳଙ୍କୁ ଭଦ୍ରକ ନାଗରିକ ମଞ୍ଚ ତରଫରୁ ଦାବି ପତ୍ର ପ୍ରଦାନ କରାଯାଇଛି। ଯଦି ଆଗାମୀ ଦିନରେ ସହର ମଧ୍ୟରୁ ବେଆଇନ ଟଲି ଓ ଜବରଦଖଲ କାରୀଙ୍କୁ ଉଛେଦ କରା ନ ଯାଏ ତେବେ ନାଗରିକ ମଞ୍ଚ ତରଫରୁ ରାଜରାସ୍ତାରେ ଧାରଣା ଦେବେ ବୁଲି ଚେତାବନୀ ଦେଇଛନ୍ତି ।