ଭଦ୍ରକ ( ସଂଘର୍ଷ ମିଡିଆ ) – ପିଲା ଚୋର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ଲୋକମାନେ । ଶେଷରେ ଉତ୍ୟକ୍ତ ଲୋକଙ୍କ କବଳରୁ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କଲା ଭଦ୍ରକ ଟାଉନ ପୋଲିସ । ଏମିତି ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ଛପୋଲିଆ ନିକଟରେ. ସୂଚନାଯୋଗ୍ୟ ଯେ ଭଦ୍ରକ ସହରର ଛପୋଲିଆ ନିକଟରେ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତି ବୁଲାବୁଲି କରୁଥିବା ବେଳେ, ତାଙ୍କ ଭାଷା କେହି ବୁଝି ପାରୁନଥିଲେ. କିଛି ଲୋକ ଉକ୍ତ ବ୍ୟକ୍ତି ଙ୍କୁ ପିଲାଚୋର ସନ୍ଦେହରେ ଅଟକାଇଥିଲେ । ପରେ ତା ବ୍ୟାଗ ଯାଞ୍ଚ କରିଥିଲେ । ବ୍ୟାଗରୁ ଲୁହା ରଡ଼ ସହ ଅନେକ ଲୁହା ମାରଣାସ୍ତ୍ର ମିଳିଥିଲା । ଲୋକେ ଯୁବକକୁ ମାଡ଼ ମାରିବା ସହ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧି ଦେଇଥିଲେ । ପରେ ଲୋକ ଙ୍କର ଭିଡ ଜମିଥିଲା । ତେବେ ପୋଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ସମ୍ପୃକ୍ତ ଯୁବକ ଙ୍କୁ ଖୁଣ୍ଟରୁ ଖୋଲିବା ପରେ ଲୋକଙ୍କ କବଳରୁ ଉଦ୍ଧାର କରି ପୋଲିସ ଗାଡିରେ ବସେଇ ଥାନାକୁ ଆଣି ଅଧିକ ପଚରା ଉଚୁରା କରୁଛି. ବ୍ୟକ୍ତି ଜଣକ ମସ୍ତିଷ୍କ ବିକୃତ ହୋଇଥିବା ପୋଲିସ ସୂଚନା ଦେଇଛି ।