ଭଦ୍ରକ ସହରରେ ଗଠନ ହେଲା ନୂତନ ମହିଳା ମହାସଂଘ

8

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : :ଭଦ୍ରକ ସହରର 30ଟି ୱାର୍ଡରେ ଥିବା ମହିଳା ଗ୍ରୁପ ମାନଙ୍କୁ ନେଇ ଏକ ନୂତନ କରି ସାଳନ୍ଦୀ ସିଟି ଲେବୁଲ ମହିଳା ମହା ସଙ୍ଘ ଗଠନ କରାଯାଇଛି । ଏହି ନୂଆ ମହା ସଙ୍ଘ ପଞ୍ଜିକରଣ ହେବା ପରେ ମହିଳା ମାନେ ଖୁସି ମନେଇ ଛନ୍ତି. ମହିଳା ଗ୍ରୁପ ର ସଦସ୍ୟା ମାନେ ଭଦ୍ରକ ପୁରୁଣା କୋର୍ଟ ପରିସରେ ଏକତ୍ରିତ ହୋଇ କେକ କାଟିବା ସହିତ ନୂଆ ପଞ୍ଜିକରଣ ସାର୍ଟିଫିକେଟକୁ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମ ଉତଥାନ ସଂଯୋଜକ ବୈକୁଣ୍ଠ ପ୍ରଧାନ । ମହା ସଙ୍ଘର ସଭାନେତ୍ରୀ ଉର୍ମିଳା ପଣ୍ଡା. ସମ୍ପାଦିକା ଜୟନ୍ତୀ ବଳ ପ୍ରମୁଖ ବହୁ ବିଶିଷ୍ଟ ବେକ୍ତି ମାନେ ଯୋଗ ଦେଇ ଭଦ୍ରକର ଜିଲ୍ଲା ସାମ୍ବାଦିକ ଞାନ ପ୍ରକାଶ ପାଣି, ନରେନ୍ଦ୍ର ସାମିଲ, ଅବିନାଶ ପଣ୍ଡା, ଲାଲା ପ୍ରମୋଦ ରାୟ ପ୍ରମୁଖକୁ ସମ୍ମାନୀତ କରିଥିଲେ । ଏହି ସଭାରେ ସହରାଞ୍ଚଳରେ ଏହି ନୂଆ ମହିଳା ମହା ସଙ୍ଘ ମହିଳା ମାନଙ୍କ ପାଇଁ କାର୍ଯ୍ୟ କରିବା ସହିତ ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରକୁ ଗୁରୁତ୍ୱ ଦେବ ବୋଲି କହିଛନ୍ତି. ଏହି ମହା ସଙ୍ଘରେ ସହରାଞ୍ଚଳର 230 ରୁ ଅଧିକ ମହିଳା ଗ୍ରୁପ ସାମିଲ ଅଛନ୍ତି ତେବେ ସରକାର ସେମାନଙ୍କ ନ୍ୟାର୍ଯ୍ୟ ଦାବିପ୍ରତି ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More