ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜ଼ିଲ୍ଲା ର ପ୍ରଥମ କରି ଗ୍ରାମୀଣ ପାର୍କ ର ଶୁଭ ଉଦଘାଟନ ହୋଇଯାଇଛି । ଭଦ୍ରକ ବ୍ଲକ ରାନ୍ଦିଆ ପଞ୍ଚାୟତ ଠାରେ ପ୍ରଥମ କରି ଗ୍ରାମୀଣ ପାର୍କ ର ଶୁଭ ଉଦଘାଟନ କରିଛନ୍ତି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲିକ । ସହରରେ ରହୁଥିବା ଲୋକମାନଙ୍କର ଯେପରି ଅବସର ବିନୋଦନ ପାଇଁ ପାର୍କ ର ବ୍ୟବସ୍ଥା ଅଛି, ସେହିପରି ପ୍ରତି ପଞ୍ଚାୟତରେ ଲୋକଙ୍କ ମନୋରଞ୍ଜନ କରିବା ପାଇଁ ପାର୍କ ନିର୍ମାଣ କରାଯିବ ବୋଲି ବିଧାୟକ କହିଛନ୍ତି . ବରିଷ୍ଠ ନାଗରିକ ହୁଅନ୍ତୁ କି ଛୋଟ ପିଲା ନିଜ ଗାଁ ନିକଟରେ ଅବସର ବିନୋଦନର ସୁବିଧା ପାଇ ପାରିବେ. MGNREGS ପ୍ରକଳ୍ପ ରେ ଏହି ପାର୍କର ଶୁଭାରମ୍ଭ ଦ୍ଵାରା ସ୍ଥାନୀୟ ଅଞ୍ଚଳର ଲୋକମାନେ ମନୋରଞ୍ଜନ ପାଇଁ ସମୟ ଅତିବାହିତ କରି ପାରିବେ ବୋଲି ସାଂସଦ ଓ ବିଧାୟକ କହିବା ସହ ଲୋକମାନେ ଯଦି ସହଯୋଗ କରିବେ ପଞ୍ଚାୟତକୁ ସହର ସହ ଯୋଡ଼ି ସୁନ୍ଦର ରାସ୍ତା ଓ ଆଲୋକର ବ୍ୟବସ୍ଥା କରାଯିବ ବୋଲି ବିଧାୟକ କହିଛନ୍ତି ।