ଭଦ୍ରକ ରମ୍ଭିଳା ଠାରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ

27

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ବ୍ଲକ ରମ୍ଭିଳା ଠାରେ ଥିବା ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି l କରୋନା କଟକଣା ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ସାମାଜିକ ଦୂରତା ପାଳନ କରି ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନ କରି ନିଜକୁ କୁଥାର୍ଥ ମଣିଛନ୍ତି l ଶତାବ୍ଦୀର ପ୍ରଥମ ତଥା ଉତ୍ତର ଓଡ଼ିଶାର ପ୍ରଥମ କରି ନାଗାର୍ଜୁନ ବେଶ ରମ୍ଭିଳା ଠାରେ ଦର୍ଶନ ଦେଇଛନ୍ତି l ଆଜିକୁ ପ୍ରାୟ ୫୦ ବର୍ଷ ତଳେ ଗ୍ରାମର ଭାଗବତ ଟୁଙ୍ଗି ହେଉଥିବା ସ୍ଥାନରେ ୧୯୭୨ ମସିହାରୁ ଜଗନ୍ନାଥ ମନ୍ଦିର ପରିଣତ ହୋଇଛି l ସେହି ଦିନ ଠାରୁ ସମସ୍ତ ନୀତିକ୍ରାନ୍ତି ସହ ମହାପ୍ରଭୁ ପୂଜା ପାଆନ୍ତି l ତେବେ ୨୦୧୫ ମସିହାରେ ମହାପ୍ରଭୁଙ୍କ ନବକଳେବର ମଧ୍ୟ ଆନୁଷ୍ଠାନିକ ଭାବେ ଶହ ଶହ ଭକ୍ତ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ମନ୍ଦିର କମିଟି ସଭାପତି ବାବୁଲାଲ ଦାସ ସମ୍ପାଦକ ପଦ୍ମଲୋଚନ ମହାପାତ୍ରଙ୍କ ତତ୍ୱାବଧାନରେ ସ୍ଥାୟୀ ପୂଜକ ସୁଧୀର ପାଣିଗ୍ରାହୀ ଆଜି ଭୋର ୫ଟା ୫ ମିନିଟରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି କରିବା ପରେ ୯ଟାରେ ପ୍ରଭୁ ନାଗାର୍ଜୁନ ବେଶରେ ଦର୍ଶନ ଦେଇଛନ୍ତି l ଦୀର୍ଘ ୨୬ ବର୍ଷ ପରେ ହୋଇଛି ଶ୍ରୀଜିଉଙ୍କ ଏହି ଦୁର୍ଲଭ ନାଗାର୍ଜୁନ ବେଶ l କାର୍ତିକ ମଳ ତ୍ରୈୟୋଦଶୀ ତିଥିରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୋଇଥାଏ । ଧନୁ, ତୀର, ହଳ, ମୁଶଳ ଓ ଚକ୍ର ଆଦି ଧରୀ ବୀର ବେଶରେ ରତ୍ନ ସିଂହାସନରେ ଶୋଭାପାଇଥାଆନ୍ତି ଶ୍ରୀଜିଉ । ୧୬ ପ୍ରକାର ଆୟୁଧ ମହାପ୍ରଭୁଙ୍କୁ ଲାଗି କରାଯାଏ । ଏହାକୁ ନାଗା ବେଶ ବୋଲି ମଧ୍ୟ କୁହାଯାଏ । ଦେବୀ ଶୁଭଦ୍ରାଙ୍କୁ ବିଭିନ୍ନ ସ୍ୱର୍ଣ୍ଣ ଆଭୁଶଣରେ ତ୍ରୀଭୁନେଶ୍ୱରୀ ବେଶରେ ସୁସଜ୍ଜିତ କରାଯାଏ । ପୌରାଣିକ ମତ ଅନୁସାରେ କାର୍ତିକ ମଳ ତ୍ରୟୋଦଶୀରେ ଭଗବାନ ବିଷ୍ଣୁଙ୍କ ଅବତାର ପ୍ରଭୁ ପର୍ଶୁରାମ ସହଶ୍ରାର୍ଜୁନଙ୍କୁ ବଦ୍ଧ କରିଥିଲେ । ତେବେ ଶ୍ରଦ୍ଧାଳୁମାନେ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ଏହି ବେଶ ଦେଖି ଖୁବ ଉତ୍ସାହୀ ଥିବାବେଳେ ମନ୍ଦିରର ସମସ୍ତ ରିତିକ୍ରାନ୍ତି କାର୍ଯ୍ୟକ୍ରମକୁ ମନ୍ଦିରର ସେବାୟତ ମାନେ ପରିଚାଳନା କରିଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More