ଭଦ୍ରକ ମେଡିକାଲରୁ ରୋଗୀକୁ ସାଇକେଲ ଯୋଗେ ଘରକୁ ନେଉଥିବା ବେଳେ ସାହାୟତାର ହାତ ବଢାଇଲା ଶହୀଦ ଭଗତ ସେନା

123

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ମାଳ ମାଳ ଯୋଜନା କରିଥିବା ବେଳେ ବାସ୍ତବରେ ସାଧାରଣ ଗରିବ ଲୋକଟିଏ ଏହାର କେତେ ସୁଫଳ ପାଉଛି ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅଧିନସ୍ଥ ପାଞ୍ଚପଡା ଗ୍ରାମର ଏହି ଗରିବ ବିଷ୍ଣୁ ମୁଣ୍ଡାଙ୍କ କ୍ଷେତ୍ରରେ । ଗତ ଦୁଇ ଦିନ ତଳେ ନିଜ ଘରେ ଚାଳ ଛପର କରୁଥିବା ବେଳେ କୌଣସି କାରଣରୁ ପଡିଯାଇ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା ଏବଂ ପରେ ତାଙ୍କର ସ୍ତ୍ରୀ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରି ଚିକିତ୍ସା କରିବା ପରେ ଡାକ୍ତର ତାଙ୍କୁ ଘରକୁ ଯିବା ପାଇଁ କହିଥିଲେ । ଯେହେତୁ ବିଷ୍ଣୁ ମୁଣ୍ଡାଙ୍କର ଗୋଡ଼ ଭାଙ୍ଗି ଯାଇବା ବେଳେ ତାଙ୍କର ଗୋଡ଼ ପ୍ଲଷ୍ଟର ହୋଇଥିଲା ଯାହା ଫଳରେ ଚାଲିକି ଯିବା ସମ୍ଭବ ନଥିଲା କି ଗାଡ଼ି ଭଡାକରି ଘରକୁ ଯିବା ପାଇଁ ପାଖରେ ଟଙ୍କା ଟିଏ ନଥିଲା । ଶେଷରେ ସ୍ତ୍ରୀ ଏବଂ ଛୋଟ ପିଲାଟିଏ କୈାଣସି ଉପାୟ ନପାଇ ସାଇକେଲରେ ବସାଇ ଦୀର୍ଘ 10 କିଲୋମିଟର ଚାଲିକି ଯାଉଥିବା ବେଳେ ଭଦ୍ରକର ସ୍ବେଛାସେବୀ ସଂଗଠନ ସହିଦ ଭଗତ ସେନାର ସଦସ୍ୟ ଖବର ପାଇ ସଂଗେ ସଂଗେ କରିବାକୁ ଆଗେଇ ଆସିଥିଲେ ଭଦ୍ରକ ଶହୀଦ ଭଗତ ସେନା. ସଂଗଠନର ଆବାହକ ସୀତାଂଶୁ ଶେଖର ମହାପାତ୍ର ଏବଂ ସଦସ୍ୟ ମାନେ ପହଞ୍ଚି ତୁରନ୍ତ ଏକ ଆମ୍ବୁଲାନ୍ସ ଡାକି ନିଜ ରୋଗୀକୁ ତାଙ୍କ ଘରକୁ ପଠାଇ ଥିଲେ । ସହିଦ୍ ଭଗତ ସେନାର ଏପରି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More