ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ଟେଲିମେଡ଼ିସିନ ସେବା

24

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : କରୋନା ମହାମାରୀ ସମୟରେ ଜିଲ୍ଲାବାସୀଙ୍କୁ ଘରେ ବସି ସ୍ୱାସ୍ଥ୍ୟ ସେବା ଯୋଗାଇବା ଓ କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜିଠାରୁ ଆରମ୍ଭ ହେଲା ଟେଲି ମେଡ଼ିସିନ ସେବାର ଶୁଭାରମ୍ଭ । ଏଥିପାଇଁ ଡାକ୍ତରଖାନା ପକ୍ଷରୁ ଦୁଇଟି ମୋବାଇଲ ନମ୍ବର ଜିଲ୍ଲାବାସୀଙ୍କ ପାଇଁ ଜାରୀ କରାଯାଇଛି । ଏହି ୨ଟି ନମ୍ବର ହେଲା ୭୬୫୫୦୫୦୮୬୭ ଓ ୭୬୫୫୦୫୦୮୬୮ । ଏହି ନମ୍ବର ମାଧ୍ୟମରେ ଲୋକମାନେ ଫୋନ କରି ରୋଗ ବିଷୟରେ ଫୋନରେ ଔଷଧର ନାମ ଓ ଆବଶ୍ୟକ ପରାମର୍ଶ ନେଇପାରିବେ ବୋଲି ସୂଚନା ମିଳିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁ ଥିବାରୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ମେଡିକାଲ ନ ଆସି ହାତ ପାହାନ୍ତାରେ ଏବେ ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟସେବା ମିଳିପାରିବ । ଏହାକୁ ସମସ୍ତେ ସ୍ଵାଗତ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More