ଭଦ୍ରକ(ସଂଘର୍ଷ ମିଡିଆ) : ଭଦ୍ରକ ବସ ସିଣ୍ଡିକେଟର ଗୋଟାଏ ଗୋଷ୍ଠିର ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବସ ଚଳାଚଳ ବନ୍ଦକୁ ନେଇ ଯାତ୍ରୀ ହନ୍ତସନ୍ତ ହୋଇଥିବା ଖବର ସମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଭଦ୍ରକ ବସ ସିଣ୍ଡିକେଟର ଗୋଟାଏ ଗୋଷ୍ଠୀର ବସ ଗୁଡିକୁ ବାଲେଶ୍ୱର ଜିଲ୍ଲା ସୋର ଠାରେ ଅନ୍ୟ ଏକ ଗୋଷ୍ଠୀର ଲୋକମାନେ ଓ କିଛି ଅସାମାଜିକ ଯୁବକଙ୍କ ଦ୍ୱାରା ବସ ଅଟକାଇ ଲୋକ ମାନଙ୍କୁ ବସରୁ ଓଲ୍ଲାଇ ଦେଇଥିବା ଅଭିଯୋଗ ହୋଇଥିଲା । ଫଳରେ ସେହି ବସରେ ଥିବା ଯାତ୍ରୀ ମାନେ ହନ୍ତସନ୍ତ ହୋଇ ବସ ମାଲିକ ଓ ଷ୍ଟାଫ ମାନଙ୍କୁ ଗାଳିଗୁଲଜ କରିଥିଲେ । ଏହି ଅସାମାଜିକ ଯୁବକ ମାନେ ବନ୍ତ ଛକ ବସ ଷ୍ଟାଣ୍ଡରେ ବିଭିନ୍ନ ସମୟରେ ବାହାର ଜିଲ୍ଲାରୁ ଆସୁଥିବା ବସ ଗୁଡିକୁ ବସ ଷ୍ଟାଣ୍ଡରେ ଯାତ୍ରୀମାନଙ୍କୁ ଲୋଡ଼ିଂ କରେଇ ନ ଦେବା ଯାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରୁଥିଲେ । ଯାହାକୁ ନେଇ ବସ ସିଣ୍ଡିକେଟର ଗୋଟାଏ ଗୋଷ୍ଠୀ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା କି ଏହି ଅସାମାଜିକ ଯୁବକ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା ପ୍ରଶାସନ । ଫଳରେ ଗୋଟାଏ ଗୋଷ୍ଠୀ ଗତକାଲି ରାତି ଅଧିଆ ବୈଠକ କରି ଆଜି ଠାରୁ ଅନିଦ୍ଧିଷ୍ଟ କାଳ ପାଇଁ ବସ ବନ୍ଦ କରିଛନ୍ତି ବୋଲି କହିଛନ୍ତି । ସେହିପରି ଅନ୍ୟ ଏକ ଗୋଷ୍ଠୀର ବସ ମାଲିକ ମାନଙ୍କ ବସ ସୁରୁକ୍ଷିତ ଭାବେ ବସ ଚଳାଚଳ କରିବା ସହ ସୋର ଠାରେ ବସ ଅଟକାଇ ଅନ ଲୋଡିଂକୁ ନେଇ କୌଣସି ସମସ୍ୟା ହୋଇନାହିଁ ବୋଲି କହିଛନ୍ତି ବସ ସିଣ୍ଡିକେଟର ଯୁଗ୍ମ ସମ୍ପାଦକ। ଫଳରେ ଏହି ଗୋଟାଏ ଗୋଷ୍ଠୀର ବସ ଚଳାଚଳ ବନ୍ଦକୁ ନେଇ ଯାତ୍ରୀ ମାନେ ବହୁ ହନ୍ତସନ୍ତ ହେଉଛନ୍ତି । ଦୂର ଦୁରାନ୍ତରୁ ଆସୁଥିବା ଯାତ୍ରୀ ଓ ଯିବାକୁ ଥିବା ଯାତ୍ରୀ ମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଫଳରେ ବସ ଷ୍ଟାଣ୍ଡରେ ଟାଉନ ପୋଲିସ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।