ଭଦ୍ରକ ବରପଦା ଇଂଜିନିୟରିଂ କଲେଜରୁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପରିବାରକୁ ହଟେଇବା ଦାବିରେ ୧୨ ଘଣ୍ଟିଆ ବରପଦା ବନ୍ଦ୍

119

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଭଦ୍ରକ ବରପଦା ଇଂଜିନିୟରିଂ କଲେଜରୁ ଲୁଟେରା ପ୍ରଫୁଲ୍ଲ ସାମଲ ପରିବାରଙ୍କୁ ବହିଷ୍କାର ଏବଂ ସରକାର ଏହାର ଦାୟିତ୍ୟ ନେବାକୁ ଦାବିକରି 12 ଘଣ୍ଟିଆ ବରପଦା ବନ୍ଦ କରିଛନ୍ତି କଲେଜର କର୍ମଚାରୀ ଓ ବରପଦା ବିକାଶ ମଞ୍ଚ. ଏହି ବନ୍ଦ ଫଳରେ ଭଦ୍ରକ -ଆନନ୍ଦପୁର ଓ ଭଦ୍ରକ -ଆଗରପଡା ରାସ୍ତା ସମ୍ପୂର୍ଣ ବନ୍ଦ ରହିଛି. ଦୁଇ ସାଇଟରେ ଶହ ଶହ ଗାଡି ଅଟକି ରହିଛି. ଦୀର୍ଘ ଦିନ ହେବ ଭଦ୍ରକ ବରପଦା ଇଂଜିନିୟରିଂ କଲେଜରେ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ କଲେଜ ଗେଟ ସମ୍ମୁଖରେ ଧାରଣାରେ ବସିଥିଲେ. ତାଙ୍କ ଦାବି କେହି ନ ଶୁଣିବାରୁ ଶେଷରେ ବାଧ୍ୟ ହୋଇ ଆଜି 53 ନମ୍ବର ରାଜ୍ୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି କଲେଜର କର୍ମଚାରୀ ଓ ସ୍ଥାନୀୟ ବିକାଶ ମଞ୍ଚର ଜନସାଧାରଣ ମାନେ. ବରପଦା ବଜାରରେ ବିଧାୟକ ପ୍ରଫୁଲ୍ଲ ସାମଲ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଫ୍ଲାପ କାର୍ଡ ଧରି ବିରୋଧ କରିବା ସହ ରାସ୍ତା ଅବରୋଧ କରିଛନ୍ତିି. ଫଳରେ ଉଭୟ ସାଇଟରେ ଗାଡି ଅଟକି ରହିଛି ଯାତାୟାତ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More