ଭଦ୍ରକ ବଣିଆ ପଞ୍ଚାୟତରେ ସ୍ତ୍ରୀର ଦଶକ୍ରିୟାରେ ସ୍ୱାମୀର ମୃତ୍ୟୁ ଖବର ପାଇ ଅନାଥ ପିଲାଙ୍କୁ ସହାୟତାର ହାତ ବଢ଼େଇଲେ ସୁଦୂର ଗଞ୍ଜାମର ମଧୁସୂଦନ ପାତ୍ର

11

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଗତ ୨ ତାରିଖରେ ଭଦ୍ରକ ବଣିଆ ପଞ୍ଚାୟତରେ ସ୍ତ୍ରୀର ମୃତ୍ୟୁ ଘଟିବା ପରେ ଶୁଦ୍ଧି କାର୍ଯ୍ୟ ଘାଟରେ ଚାଲିଥିବାବେଳେ ଘାଟକୁ ଖବର ଆସିଥିଲା ସ୍ୱାମୀର ମୃତ୍ୟୁ ହୋଇଯାଇଛି ।ଏହି ଖବର ଯାହା ସାରା ଭଦ୍ରକ ତଥା ରାଜ୍ୟରେ ଏକ ଦୁଃଖ ଏବଂ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ଏହି ଖବର ଯାହା ସମସ୍ତଙ୍କ ଆଖିରୁ ଲୁହ ଆଣିଦେଇଛି । ଏହି ଘଟଣା ସମସ୍ତ ଗଣମାଧ୍ୟମରେ ଖବର ପ୍ରଶାରଣ ହେବାପରେ ଖବର କାଗଜରେ ଏହି ହୃଦୟ ବିଦାରକ ଘଟଣାଟି ପଢି ଗଞ୍ଜାମ ଜିଲ୍ଲାରୁ ଜଣେ ୭୫ବର୍ଷର ବୃଦ୍ଧ ଲୋକ ମଧୁସୂଦନ ପାତ୍ର ଧାଇଁ ଆସିଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ମଉସାଙ୍କ କାନକୁ କିଛି ଶୁଭୁ ନଥିବାବେଳେ ସୁଦୂର ଗଞ୍ଜାମରୁ ଏକ ଲୁନା ଗାଡ଼ିରେ ଗତ ୩ ତାରିଖ ଠାରୁ ବାହାରି ଗତକାଲି ସଂଧ୍ୟାରେ ଭଦ୍ରକ ବଣିଆ ଗ୍ରାମରେ ପହଞ୍ଚି ଥିଲେ । ଏବଂ ଏହି ଗରିବ ଅସହାୟ ପିଲାମାନଙ୍କୁ ୧୦ ହଜାର ଟଙ୍କା ସାହାଯ୍ୟର ହାତ ବଢ଼ାଇ ଥିଲେ । ୩୫୦ କିମି ରାସ୍ତା ଅତିକ୍ରମ କରି ଦୁଇ ଦିନ ପରେ ଗତକାଲି ଭଦ୍ରକ ବଣିଆରେ ପହଞ୍ଚିଥିଲେ ମଧୁସୂଦନ ବାବୁ । କାନକୁ ଶୁଭୁ ନଥିବା ଏବଂ ଠିକ୍ ସେ ଆଖିକୁ ଦେଖା ଯାଉନଥିବା ଜଣେ ବୃଦ୍ଧଙ୍କ ଏଭଳି ସାହସ ଯାହା ସମସ୍ତ ଅଞ୍ଚଳବାସୀଙ୍କୁ ଚକିତ କରିଥିଲା । ତେବେ କାନକୁ ଶୁଭୁ ନଥିବାରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ସକ୍ଷମ ନଥିବାବେଳେ ଆମ ପ୍ରତିନିଧି କାଗଜରେ ନିଜର ପ୍ରଶ୍ନ ଲେଖି ଦେବା ପରେ ସେହି ପ୍ରଶ୍ନକୁ ନିଜେ ମଧୁସୂଦନ ପାତ୍ର ପଢି ନିଜର ପ୍ରତିକ୍ରିୟା ରଖିଥିଲେ । ତେବେ ଏଭଳି ସାହାଯ୍ୟ ଏବଂ ସହାନୁଭୂତି ଯାହା ଆଜିର ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ଏହି ବିପଦ ସମୟରେ ସୁଦୂର ଗଞ୍ଜାମରୁ ଆସି ମଧୁସୂଦନ ବାବୁ ଯେଉଁ ସାହାଯ୍ୟ କରୁଛନ୍ତି ପରିବାର ତରଫରୁ ତାଙ୍କ ପାଖରେ ଚିର ରୁଣି ହୋଇ ରହିବେ ବୋଲି ପରିବାର ପକ୍ଷରୁ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More