ଭଦ୍ରକ ( ସଂଘର୍ଷ ମିଡିଆ ) : କରୋନା ମହାମାରୀ ପାଇଁ ବାହାର ରାଜ୍ୟରୁ ପ୍ରବାସୀ ମାନଙ୍କୁ ଫେରାଇ ଆଣି ସଙ୍ଗରୋଧ କେନ୍ଦ୍ରରେ ସରକାରୀ ସ୍ଥରରେ ରଖା ଯାଇଥିଲା । ସରକାର ନିର୍ଦ୍ଧାରିତ ସମୟ ଅବଧି ସଂମ୍ପୁର୍ଣ୍ଣ କରିଥିବା ପ୍ରବାସୀ ମାନଙ୍କୁ ସରକାର ଦୁଇ ହଜାର ଟଙ୍କା କରି ମୁଣ୍ଡପିଛା ଅନୁକମ୍ପା ରାଶି ଦେବା ପାଇଁ ଘୋଷଣା ମଧ୍ୟ କରିଥିଲେ ।ସଙ୍ଗରୋଧ ସମୟ ଅବଧି ସଂମ୍ପୁର୍ଣ୍ଣ କରିଥିବା ବ୍ୟକ୍ତିଙ୍କୁ ଦୁଇ ହଜାର ପରିବର୍ତ୍ତେ ୧୯୦୦ ଟଙ୍କା ଦିଆଯାଉଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଏହି ଅମାନବୀୟ ଦୁର୍ନୀତି ଦେଖିବାକୁ ମିଳିଛି ବାସୁଦେବପୁର ବ୍ଲକ ଶାଶୁଭୁଆସୁଣି ପଞ୍ଚାୟତରେ ଘଟିଥିବାର ଭାଇରାଲ ଭିଡ଼ିଓରୁ ଅନୁମାନ କରାଯାଉଛି । ଭାଇରାଲ ହୋଇଥିବା ଭିଡ଼ିଓ ଅନୁସାରେ ଉକ୍ତ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଶରତ ମଳିକଙ୍କ ଉପସ୍ଥିତରେ ଅନ୍ୟ ଅଧିକାରୀ ମାନେ ପ୍ରବାସୀ ମାନଙ୍କୁ ୧୯୦୦ ଟଙ୍କା ଦେଉଥିବାର ଦୃଶ୍ୟ ଉପଲବ୍ଧ ହେଉଛି । ଏ ନେଇ ସରପଞ୍ଚ କିମ୍ବା ସରପଞ୍ଚ ପ୍ରତିନିଧିଙ୍କ ସହ ଚେଷ୍ଟା କଲେ ମଧ୍ଯ ଯୋଗାଯୋଗ ହୋଇପାରୁ ନଥିବା ବେଳେ ଏଥି ସଂକ୍ରାନ୍ତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଂପୃକ୍ତ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ କରିଛନ୍ତି ।